ଜନ ସେବା ସୁନିଶ୍ଚିତ ଆଇନ ଓ ସୂଚନା ସେବା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ରାୟଗଡା : ରାୟଗଡା ବ୍ଳକ ସଦଭାବନା ଗୃହ ଠାରେ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ଏବିଡିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ପଣ୍ଡା, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ସମ୍ବଳ ବ୍ଯକ୍ତି ଭାବେ ଯୋଗଦେଇଥିଲେ । ସରକାରଙ୍କ ବହୁମୂଖୀ ଯୋଜନା ଓ ସେବା ଯେପରି ନାଗରିକଙ୍କ ନିକଟରେ ସହଜରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପହଞ୍ଚିପାରିବ, ତାହା ଆଲୋଚିତ ହୋଇଥିଲା ।ଗ୍ରାମ ପଞ୍ଚାୟତ ଗ୍ରାମାଞ୍ଚଳରେ ୨୯ ପ୍ରକାର ସେବା ପ୍ରଦାନ କରିଥାନ୍ତି । ଏହା ବ୍ଯତିତ ଅନ୍ୟ ବିଭାଗ ସେମାନଙ୍କ ବିଭାଗୀୟ ସେବା ପ୍ରଦାନ କରିଥାନ୍ତି । ସୁଶାସନ ନିମନ୍ତେ ସୁସେବା ସହ ସୂଚନା ସେବା ଅପରିହାର୍ଯ୍ଯ। ଲୋକଙ୍କ ଆବଶ୍ୟକତାକୁ ଭିତ୍ତିକରି ଉତ୍ତମ ସେବା ପ୍ରଦାନ ସହ ନିଜସ୍ବ ନିଷ୍ପତ୍ତି ନେବାରେ ସଚେତନ କରାଇବା ସୁଶାସନର ପରିସରଭୁକ୍ତ ଅଟେ । ଏହି ପରିପ୍ରେକ୍ଷୀରେ ଗ୍ରାମ ପଞ୍ଚାୟତ ତଥା ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ଧାର୍ଯ୍ଯ ସମୟସୀମାର ଚାର୍ଟର ପ୍ରୋଜେକ୍ଟର ମାଧ୍ୟମରେ ଅବଗତ କରାଯାଇଥିଲା । ସେବା ପ୍ରଦାନରେ ସମାନତା, ସମୟ ଭିତ୍ତିକ, ସ୍ବଚ୍ଛତା, ନୀୟମଭିତ୍ତିକ, ସମାଜର ଅବହେଳିତ ବର୍ଗ ଅନୁକୂଳ, ଟେକ୍ନୋଲୋଜି ସମ୍ମିଳିତ, ସ୍ଥାନୀୟକରଣ ସୁନିଶ୍ଚିତ କରିବା ଜରୁରୀ ବୋଲି ସଂବଳ ବ୍ଯକ୍ତି ବୃନ୍ଦ ଆଲୋଚନା କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଅବକାରୀ ବିଭାଗ ର ବଡ଼ ଧରଣର ଚଢ଼ାଉ।
ଅବକାରୀ ବିଭାଗ ର ବଡ଼ ଧରଣର ଚଢ଼ାଉ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଜି ନୁଆ ଗାଁ ରେ ଏକ ମଦ ପ୍ରସ୍ତୁତି କାରଖାନା ଉପରେ…

ହାଇଦ୍ରାବାଦ ରେ ଏସ ଓ ଡବ୍ଲୁ ଡବ୍ଲୁ ପକ୍ଷରୁ ତିନିଦିନିଆ ଓଡିଶା ଖାଦ୍ୟ ଏବଂ ଶିଳ୍ପ ମେଳା- ୨୦୨୫ ଉଦଘାଟିତ
ହାଇଦ୍ରାବାଦ ରେ ଏସ ଓ ଡବ୍ଲୁ ଡବ୍ଲୁ ପକ୍ଷରୁ ତିନିଦିନିଆ ଓଡିଶା ଖାଦ୍ୟ ଏବଂ ଶିଳ୍ପ ମେଳା- ୨୦୨୫ ଉଦଘାଟିତ… କନ୍ଧମାଳ -08/02(ରିପୋର୍ଟ କୁନା ଦିଗାଲ )…

ବିଦ୍ୟୁତ୍ ତାର ଏକ ଟ୍ରାକ୍ଟର ଉପରେ ଖସି ପଡ଼ିବାରୁ ଏକ ପରିବାରର ୬ ଜଣ ଜଳି ଯାଇଛନ୍ତି।
ରାଜସ୍ଥାନ:ରାଜସ୍ଥାନର କରୌଲି ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଉଚ୍ଚ କ୍ଷମତା ସମ୍ପନ୍ନ ଏକ ବିଦ୍ୟୁତ୍ ତାର ଏକ ଟ୍ରାକ୍ଟର ଉପରେ ଖସି ପଡ଼ିବାରୁ ଏକ ପରିବାରର…