ଲରମ୍ଭା କଲେଜରେ ଇଂରାଜୀବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜଠାରେ ଇଂରାଜୀ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି। କଲେଜ ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ତତ୍ବାବଧାନରେ ବ୍ରଜରାଜନଗର କଲେଜର ସେବାନିବୃତ ଇଂରାଜୀ ପ୍ରାଧ୍ୟାପକ ଶ୍ରୀରବିନାରାୟଣ ପାଣିଗ୍ରାହୀ , ବିଭାଗମୁଖ୍ୟ ଡ.ଭରତଭୂଷଣ ଚୈାଧୁରୀ, ଡ.ଗୁରୁଦେବ କୁଶଳ, ଶ୍ରୀ ଜୟକିଶୋର ସୁନା, ଶ୍ରୀ ସାଗର ମେଣ୍ତେଳୀ ଯୋଗଦେଇ ଉପନିବେଶବାଦ ସାହିତ୍ୟରେ ସାଂସ୍କୃତିକ ପରିଚୟ ଉପରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ଛାତ୍ରଛାତ୍ରୀ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ପାଠଚକ୍ର ଶେଷରେ ଅଧ୍ୟାପକ ଜୟକିଶୋର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଧ୍ୟାପକ ସାଗର ମେଣ୍ତେଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଭରତ ବେହେରା, ଅଲିଭା ସାହୁ,ଯଶ୍ବିନ ସାହୁ ସହଯୋଗ କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
