ମହା ଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ଦୁଇଟି ରକ୍ତଦାନ ଶିବିର ରୁ ୬୫ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ମହାଶିବରାତ୍ରି ଉପଲକ୍ଷେ ବରଗଡ ବ୍ଲକ ଗାଇସୀମା ଗ୍ରାମ ରେ ଥିବା ଶ୍ରୀ ଶ୍ରୀ ବାରାଡ ବାଲୁଙ୍କେଶ୍ୱର ମନ୍ଦିର ପରିସର ରେ ମନ୍ଦିର ପରିଚାଳନା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଡାକ୍ତର ଶ୍ରୀ ଅଜିତ ଦର୍ଜୀ ଗାଇସୀମା ସରପଞ୍ଚ ଧିରେନ ମହାପାତ୍ର, ଦଖିଲ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାଃ ଲକ୍ଷ୍ୟପତି ବରିହା, କାଉନସିଲର ମଣ୍ଟୁ ପ୍ରଧାନ, ପାଏନୁ ଭୋଇ, ପ୍ରହଲ୍ଲାଦ ଭୋଇ, ଟେକନିସିଆନ କରୁଣାକର ସାହୁ କଂ ଦ୍ବାରା ରକ୍ତ ସଂଗୃହୀତ ହୋଇଥିଲା। ଠିକ୍ ସେହିପରି ଭାବରେ ରେଙ୍ଗାଲପାଲି ସ୍ଥିତ ଝାଡେଶ୍ୱର ଶିବ ମନ୍ଦିର ପରିସର ରେ ମନ୍ଦିର ପରିଚାଳନା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମନ୍ଦିର କମିଟି ର ସଭାପତି ଅମିୟ ଭୋଇ ଓ କମିଟି ର ଅନ୍ୟ ସଦସ୍ୟ ମାନେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୪ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସରୋଜ ସୁନା, ଶ୍ରୀବତ୍ସ ସେଟ, ସୂଜିତ ସାହୁ, କୃଷ୍ନ ଚନ୍ଦ୍ର ସାହୁ ଓ ସୁବାଷ ଭୋଇ ରକ୍ତ ସଂଗୃହୀତ କରିଥିଲେ । ଉଭୟ ଶିବିର ରୁ ସର୍ବମୋଟ ୬୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ସ୍ଵତଃ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରି ବେଶ ଖୁସିର ଲହରୀ ସହ ରକ୍ତଦାନ ର ସୁଯୋଗ ଦେଇଥିବାରୁ ସମସ୍ତ ରକ୍ତ ଦାତା ନିଷ୍ଠା ପରିବାର କୁ ଧନ୍ୟବାଦ ଦେଇଥିଲେ। ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ଓ ବିଶେଷ କରି ଉଭୟ ମନ୍ଦିର କମିଟି କୁ ନିଷ୍ଠା ପରିବାର ତରଫ ରୁ ସମସ୍ତ ରକ୍ତଦାତା ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଧନ୍ୟବାଦ ଜଣାଇଥିଲେ ।
