ଝରାପାଲି ମାର୍କେଟ ଥୁଆପାଲି ଶିବମନ୍ଦିର ଠାରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ଶିବମନ୍ଦିର ଠାରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଝରାପାଲି ମାର୍କେଟ, ଥୁଆପାଲି ଠାରେ ସ୍ଵର୍ଗତ ବୀରବଲ ଅଗ୍ରୱାଲ ଙ୍କ ଶିବ ମନ୍ଦିର ଠାରେ ମହାଶିବରାତ୍ରି ମହାସମାରୋହରେ ପାଳନ ହେଉଛି। ଶିବରାତ୍ରି ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗରିବ ବ୍ରାହ୍ମଣ ୪ଜଣ ପିଲା କଂ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଵର୍ଗତ ବୀରବଲ ଅଗ୍ରୱାଲ ୧୯୯୭ ମସିହାରେ ଆରମ୍ଭ କରି ଥିଲେ, ବର୍ତମାନ ୨୭ବର୍ଷ ରେ ପଦାର୍ପଣ କରିଛି। ତାଂକର ପରେ ପୁଅ ସ୍ଵର୍ଗତ କୈଳାସ ଅଗ୍ରୱାଲ କରି ଆସୁଥିଲେ। ବର୍ତ୍ତମାନ ସ୍ଵର୍ଗତ କୈଳାସ ଅଗ୍ରୱାଲ ସୁପୁତ୍ର ଦିଲିପ କୁମାର ଅଗ୍ରୱାଲ, ସୁନୀଲ କୁମାର ଅଗ୍ରୱାଲ ଓ ପରିବାର ବ୍ରତ ସମସ୍ତ ଖର୍ଚ୍ଚ ନିଜେ ବହନ କରିଥାନ୍ତି। ପୁରୋହିତ ଭାବରେ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର, ସଂଜୀବ ତ୍ରିପାଠୀ, ମହାଦେବ ମହାପାତ୍ର ରୀତିନୀତି ଅନୁସାରେ ହୋମଯଜ୍ଞ, ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ସମୟରେ ସମସ୍ତ ଜନସାଧାରଣକଂ ନିମନ୍ତେ ଅନ୍ନ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ଓ ଗୋଶାଳା ଲାୟନ୍ସ କ୍ଲବର ପକ୍ଷରୁ ଚାହା ର ବ୍ୟବସ୍ଥା କରାଯାଇଥିଲା। ରାତ୍ରି ରେ ଝିଲିମିଣ୍ଡା ଓ ପଣ୍ଡକିପାଲି ସଂକ୍ରିତନ ଅନୁଷ୍ଠିତ ହୋଇଥିଲା । ଏହା ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *