କେ ମାଲିଗାଁ ରେ ପୋଡୁ ପର୍ବ ଉଦଯାପିତ ଉତ୍ସବ ରେ ଯୋଗ ଦେଲେ

କେ ମାଲିଗାଁ ରେ ପୋଡୁ ପର୍ବ ଉଦଯାପିତ ଉତ୍ସବ ରେ ଯୋଗ ଦେଲେ

ରାୟଗଡା : ରାୟଗଡା ବ୍ଲକ ର କେ ମାଲିଗାଁ ପଞ୍ଚାୟତ ର ସଦର ମୋହକୁମା କେ ମାଲିଗାଁ ଠାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ପୋଡୁ ପର୍ବ ର ଇତିମଧ୍ୟରେ ଗତ ଗତ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଦିବସ ରେ ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ଯୋଗ ଦେଇଥିଲେ କୋଣ୍ଡା ବାବୁ ଙ୍କ ସହିତ କେ ଶ୍ରୀନିବାସ, ସମାଜ ସେବି ନିମୁ ଭାଈ ଓ ହାସମୁଖ ଭାଈ ହକୁ, ରାୟଗଡା ଲ୍ୟାମ୍ପ ସଭାପତି ଚକ୍ରଧର ବିଡ଼ିକା ମଧ୍ୟ୍ୟ ଯୋଗ ଦେଇଥିଲେ l ଅତିଥିମାନେ ଗ୍ରାମ ରେ ପହଁଚିଲା ପରେ ଗ୍ରାମ ବାସୀ ମାନେ ପାରମ୍ପରିକ ଆଦିବାସୀ ସାଂସ୍କୃତିକ ନୃତ୍ୟ ନାଚ ଗୀତ ବାଦ୍ୟ ବାଜଣା ରେ ସ୍ୱାଗତ କରିଥିଲେ ଗ୍ରାମ ର ପୁରୁଷ ଓ ମହିଳା ସ୍ୱାଗତ କରିଥିଲେ l ଅତିଥିମାନେ ପ୍ରଥମେ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ ଦେବତୀ ବକ ନିକଟ କୁ ଯାଇ ପୂଜା କରିବା ପରେ ସମଗ୍ର ଗାଁ ଭ୍ରମଣ କରିଥିଲେ l ଏହି ପର୍ବ ଦୀର୍ଘ ଏକ ମାସ ଧରିଚାଲିଥିଲା ଉଦଯାପନୀ ଦିବସ ରେ ରାତ୍ରି ସାରା ଗାଁ ର ପୁରୁଷ ମହିଳା ଯୁବକ ଯୁବତୀ ଛୋଟ ଛୋଟ ପିଲାମାନେ ପାରମ୍ପରିକ ଆଦିବାସୀ ନାଚ ଗୀତ ରେ ମସଗୁଲ ରହିଥିବା ର ଦେଖିବାକୁ ମିଳିଥିଲା l ଏହି ଗାଁ କୁ ପ୍ରତ୍ୟକ ଘର ର ବନ୍ଧୁ ବାନ୍ଧବ ମାନେ ଆସି ଗାଁ ରେ ପହଁଚିଥିଲେ l ନିଜ ନିଜ ଆତ୍ମୀୟ ମାନ ଙ୍କୁ ପାଇଁ ଗ୍ରାମବାସୀ ଅତିଆନନ୍ଦ ର ସହ ଏହି ପର୍ବ ପାଳନ କରିଥିଲେ l କୋଣ୍ଡା ବାବୁ କୁ ଅନ୍ତିମ ଦିନ ରେ ଅତିଥି ଭାବେ ପାଇ ଗ୍ରାମ ବାସୀ ବହୁତ ଖୁଶୀ ବ୍ୟକ୍ତ କରିଥିଲେ l କୋଣ୍ଡା ବାବୁ ମଧ୍ୟ୍ୟ ବହୁ ସମୟ ଧରି ଗ୍ରାମ ବାସୀ ଙ୍କ ସହିତ ଏହି ପର୍ବ ବିଷୟରେ ଓ ଗାଁ ର ଅଭାବ ଅସୁବିଧା ସମ୍ପର୍କ ରେ ପଚାରି ବୁଝିଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *