ଡାଙ୍ଗସୋରଡା ବନବିଭାଗ ସେକ୍ସନ ପକ୍ଷରୁ ସଚେତନତା ଶିବିର
ରାୟଗଡା : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଞ୍ଚାୟତ ଅଧିନସ୍ଥ ଯୁଗାପଦର ଗ୍ରାମ ଠାରେ ମୁନିଗୁଡ଼ା ବନ୍ୟାଞ୍ଚଳ ଅଧିନସ୍ଥ ଡାଙ୍ଗସୋରଡା ବନ ବିଭାଗ ସେକ୍ସନ ତରଫରୁ ଏକ ଦିନିଆ ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ଜଙ୍ଗଲ ନିଆଁ ଲାଗିବା ଓ ନିଆଁ ଲଗାଇବା ଏକ ଆଇନଗତ ଅପରାଧ ଅଟେ।ବର୍ତ୍ତମାନ ପ୍ରତ୍ୟେକ ଜାଗାରେ ନିଆଁ ଲାଗିବା ସନ୍ଦେହରେ ଯୁଗାପଦର ଗ୍ରାମରେ ଏକ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମହିଳା ଓ ପୁରୁଷମାନଙ୍କୁ ଜଙ୍ଗଲ ନିଆଁ ଲଗାଇବା ଠାରୁ ନିବୃତ୍ତ ରହିବା ନିମନ୍ତେ ଏବଂ ଜଙ୍ଗଲ ସୁରକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା ସହ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଏକ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ପରିବାର ମଧ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇବା ନିମନ୍ତେ କୁହାଯାଇଥିଲା। ଏଥିସହ ମହିଳା, ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ।ଏଥିରେ ଗ୍ରାମର ମହିଳା ପୁରୁଷ, ଯୁବକ ଯୁବତୀ ମିଶି ଜଙ୍ଗଲ ସୁରକ୍ଷା ଆମର ରକ୍ଷା। ଗଛ ବଞ୍ଚିଲେ ଆମେ ବଞ୍ଚିବା ଏପରି ସଚେତନର ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡାଙ୍ଗସୋରଡା ସେକ୍ସନର ବନପାଳ ସୁଜାତା ସୁନା ମୁଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଡାଙ୍ଗସୋରଡା ସରପଞ୍ଚ ଶ୍ରୀମତୀ ଅନିତା ଶବର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରସାଦ ଉଲ୍ଲାକା ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା , ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଗ୍ରାମ ବାସୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନ ବିଭାଗର ବନରକ୍ଷୀ କୁନି କୁସୁଲିଆ , କସ୍ତୁରୀ ପ୍ରହରାଜ ସମେତ ଯୁଗାପଦର ଗ୍ରାମ ସହ ନାଉଡୁଗୁଡା , ଭାଲୁଗୁଡା, କିଞ୍ଜିରିମାଲା ଏଭଳି ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା , ପୁରୁଷ ଏବଂ ଯୁବକ , ଯୁବତୀ ଏହି ସଚେତନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।ଉକ୍ତ ସଚେତନ କାର୍ଯ୍ୟକ୍ରମ ରେ ନେଟ୍ ଭଲି ବଲ୍ ମୁଖ୍ୟ ଅତିଥି ଦ୍ବାରା ପ୍ରଦାନ କରାଯାଇଥିଲା। ସେହିଭଳି ଏହା ପୂର୍ବରୁ ବିଭିନ୍ନ ଗ୍ରାମ ମାନଙ୍କ ରେ ବନପାଳ ଜରିଆରେ ଯୁବକ ମାନଙ୍କୁ ନେଟ୍ ଭଲି ବଲ୍ ପ୍ରଦାନ କରାଯାଇଥିବା ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ