ଝାର୍ବଲସ୍କୁମ୍ପା ରେ ନାମଯଜ୍ଞ ଉପଲକ୍ଷେ ରାମାୟଣ ନାଟକ ବିଜୟା ବବୁର୍ଭାନ ମଞ୍ଚସ୍ତ ହେଇଯାଇଛି!

ଝାର୍ବଲସ୍କୁମ୍ପା ରେ ନାମଯଜ୍ଞ ଉପଲକ୍ଷେ ରାମାୟଣ ନାଟକ ବିଜୟା ବବୁର୍ଭାନ ମଞ୍ଚସ୍ତ ହେଇଯାଇଛି..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ଝାର୍ବଲସ୍କୁମ୍ପା ଗ୍ରାମ ରେ ନାମଯଜ୍ଞ ଅନୁଷ୍ଟିତ ହେଇଯାଇଛି l ସେଇ ଅବସରରେ ମନରଞ୍ଜନ କାର୍ଯ୍ୟକ୍ରମ ଶେଷ ଦିନ ରେ ରାମାୟଣ ବିଜୟା ବବୁର୍ଭାନ ନାଟକ ମଞ୍ଚସ୍ତ ହେଇଯାଇଛି l ଉକ୍ତ ନାଟକ ଟି କୁ ଉପଭୋଗ କରିବା ପାଇଁ ବହୁ ମାତ୍ରା ରେ ଦର୍ଶକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏହି ଗ୍ରାମରେ ଗଠିତ ହେଇଥିବା ବି ଆର୍ ଆମ୍ବେଦକର୍ ଯୁବକସଂଘ ର ସଭାପତି ସମ୍ପାଦକ ତଥା ସଂଘ ର ସମସ୍ତ କର୍ମକର୍ତା ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଟିତ ହେଇଯାଇଛି l ସଂଘ ର ନିୟମା ବଳି ଏବଂ ସରକାର ଙ୍କର ନିର୍ଦେଶ କ୍ରମେ ଖଜୁରୀପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଆଇନ୍ ଗତ ଶୃଙ୍ଖଳା ସହଯୋଗ ରେ ଯାତ୍ରା ଟି ସଫଳ ହେଇଥିବା ଦେଖିବାକୁ ମିଳିଛି l ସେହିପରି ସଂଘ କର୍ମକର୍ତା ରମାକାନ୍ତ ନାରାୟଣ, ମୁର୍ତ୍ୟୁଞ୍ଜୟ, ବିନଦ, ନିରଞ୍ଜନ, ପ୍ରଭାକର, ଗକୁଳ, କରୁଣା, ଏବଂ ଅନ୍ୟାନ୍ୟ ଝାର୍ଡବଲସ୍କୁମ୍ପା ବଣିଆ ଘଟି ସାଇ ର ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ ଙ୍କ ସହଯୋଗ ରେ ଏହି ନାମଯଜ୍ଞ ସଫଳ ହେଇଥିବା ବେଳେ ନାଟକ ଟି ଅତି ସୁନ୍ଦର ଭାବେ ମଞ୍ଚସ୍ତ ହେଇଥିବା ଦର୍ଶକ ମାନେ ମତ ରଖିଛନ୍ତି l

Leave a Reply

Your email address will not be published. Required fields are marked *