ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର
ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର। ଘରଭଡ଼ା ସହ ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରାଯାଇଛି। ଡାଏଟ ଭତ୍ତା ୯୦୦ ଟଙ୍କାରୁ ୧୪,୦୦ ଟଙ୍କାକୁ ବଢ଼ିଲା। ମୋଟର ସାଇକେଲ୍ ଭତ୍ତା ୩,୦୦ ଟଙ୍କାରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମୋବିଲିଟି ଭତ୍ତା ୧୫୦ରୁ ୩,୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ରିସ୍କ ଭତ୍ତା ୪,୦୦ ରୁ ୧ ହଜାର ଟଙ୍କାକୁ ବଢ଼ିଥିବା ସୂଚନା।