କଇଁଝର ନୋଡାଲ ବିଦ୍ୟାଳୟ ଠାରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଗ୍ରାମପଞ୍ଚାୟତ କଇଁଝର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଅଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଇଁଝର ସରପଞ୍ଚ ଶ୍ରୀମତୀ ରୁନିତା କହଁର, ସମ୍ମାନିତ ଅତିଥି ମଧ୍ୟରେ କଇଁଝର ନାଏବ ସରପଞ୍ଚ ଶ୍ରୀଯୁକ୍ତ ବିରୁପାକ୍ଷ ନାୟକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ କହଁର, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କହଁର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବଳରାମ ଦେହୁରୀ , କଟିମାହା ସି ଆର ସି ସି ଶ୍ରୀ ଅରବିନ୍ଦ ମହାପାତ୍ର, ଗସାଗୁଡା ସି ଆର ସି ସି ଶ୍ରୀ ବିଷ୍ଣୁ ପ୍ରସାଦ ହୋତା, ପୂର୍ବତନ ସି ଆର ସି ସି ଶ୍ରୀ ସଚ୍ଚିନ୍ଦ୍ର ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ରେ ସଭାପତି ରୂପେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଦିଗାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କାଲିଖେତ ସି ଆରସି ସି ଶ୍ରୀଯୁକ୍ତ ଜୟପ୍ରକାଶ ପାତ୍ର ବହୁତ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମ ରେ କଇଁଝର କ୍ଲୋଷ୍ଟର ର ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଏଫ ଏଲ ଏନ ଉପକରଣ ଓ କାର୍ଯ୍ୟକଳାପ ସାଥିରେ ଆଣିଥିଲେ ଓ ଏହି ସମସ୍ତ ଉପକରଣ ଗୁଡିକୁ ଚାରୋଟି ଷ୍ଟଲ ରେ ରଖି ନିପୁଣ ମେଳା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ବହୁତ ସୁନ୍ଦର ସୁନ୍ଦର ଓ ଆକର୍ଷଣୀୟ ଉପକରଣ ପ୍ରତ୍ୟେକ ବିଦ୍ୟାଳୟ ରୁ ଆସିଥିବାରୁ କାର୍ଯ୍ୟକ୍ରମ ଟି ଅଧିକ ଆକର୍ଷଣୀୟ ହୋଇଥିଲା I ଏହାପରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା I ମଞ୍ଚାସିନ ସମସ୍ତ ଅତିଥି ଙ୍କ ବହୁମୂଲ୍ୟ ଅଭିଭାଷଣ ଉପସ୍ଥିତ ସମସ୍ତ ଶ୍ରୋତା ଙ୍କୁ ମନମୁଗ୍ଧ କରିଥିଲା I