ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନବୀନ ଚନ୍ଦ୍ର ନlୟକଙ୍କ ଯୋଗଦାନ କରିଛନ୍ତି l
ରାୟଗଡା : ରାୟଗଡା ଜିଲ୍ଳାରେ ଆଉଜଣେ ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଶ୍ରୀ ନବୀନ ଚନ୍ଦ୍ର ନାୟକ , ଓ. ପ୍ର. ସେ(ବ. ପ୍ର. ପା )ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ନିହାର ରଞ୍ଜନ କହଁର ଦୁଇଟି ଦାୟିତ୍ୱ ତୁଲାଉଥିଲେ l ନୂତନ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଯୋଗଦାନ ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନlୟକଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ନାୟକ ଏଥି ପୂର୍ବରୁ ନବରଙ୍ଗପୁର ଜିଲ୍ଳାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ପାଖାପାଖି ଏକବର୍ଷ ଛଅ ମାସ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ବର୍ତମାନ ରାୟଗଡା ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ଓ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ