ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ।
ଗତ ସେପ୍ଟେମ୍ବର ୨୦୨୪ ମସିହାରେ ଦିଗପହଣ୍ଡି ଥାନା ରେ ଅଭିଯୋଗ ହୋଇଥିବା ଦୁଷ୍କର୍ମ ମାମଲା ର ଚୁଡାନ୍ତ ରାୟ ପ୍ରକାଶ ପାଇଛି ଓ ଉକ୍ତ ମାମଲାର ଅଭିଯୁକ୍ତ କାଳିଆ ବାଡତ୍ୟା ନାମକ ଜଣେ ଯୁବକ କୁ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟନାୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ନାବାଳିକା ର ପରିବାର ଲୋକ ଅଭିଯୋଗ କରିଥିଲେ ଯେ ତାଙ୍କ ନାବାଳିକା ଝିଅ ଟିଉସନ୍ ରୁ ଘରକୁ ଫେରିଲା ବେଳେ ଉକ୍ତ ଅଭିଯୁକ୍ତ କାଳିଆ ଜବରଦସ୍ତି ଉଠାଇ ନେଇ ଭୁବନେଶ୍ଵରରେ ରଖି ବିଭିନ୍ନ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ତାକୁ ଦୁଷ୍କର୍ମ କରିଥିଲା ଓ ଆମ ପରିବାରକୁ ହତ୍ୟା ଧମକ ଦେଇଥିଲା। ଅଭିଯୋଗ ଗ୍ରହଣ କରି ଦିଗପହଣ୍ଡି ଥାନା ପୋଲିସ୍ ଘଟଣା ର ତଦନ୍ତ କରି ଅଭିଯୁକ୍ତ କାଳିଆ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ମାତ୍ର ୪ ମାସ ମଧ୍ୟରେ ମାନ୍ୟବର ଅଦାଲତ ମାମଲା ର ବିଚାର କରି ଚୁଡାନ୍ତ ରାୟ ଶୁଣାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ।