ଜିଲ୍ଲାପାଳ ଭି,କିର୍ତ୍ତୀ ଭାସନ ଯୋଗ ଦେଇଥିଲେ ବିଲାପୁଟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସ୍ଚବରେ

ଜିଲ୍ଲାପାଳ ଭି,କିର୍ତ୍ତୀ ଭାସନ ଯୋଗ ଦେଇଥିଲେ ବିଲାପୁଟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସ୍ଚବରେ

ବିଲାପୁଟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସ୍ଚବ ସରିଲା ସେମିଳିଗୁଡା.ତାରିଖ ୩,୨,୨୦୨୫:ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ପଂଚାୟତର ବିଲାପୁଟ ଜଗନ୍ନାଥ ମନ୍ଦିରର ସାତଦିନବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଥିଲା। ସମସ୍ତଙ୍କ ପାଇଁ ଦିବା ରାତ୍ର ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା।ଚତୁର୍ଦ୍ଧା ମୂର୍ତ୍ତୀଙ୍କ ସିଂହାସନ ବିଜେ ଦିନ କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଂଗୀ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପିତମ ପାଢୀ ଉପସ୍ଥିତ ରହିଥିଲେ।ସମାପନ ଦିନ ଜିଲ୍ଲାପାଳ ଭି,କିର୍ତ୍ତୀ ଭାସନ ଯୋଗ ଦେଇଥିଲେ।ଏକ ପାକୃତିକ ପରିବେଶରେ ପାହାଡରେ ଆବୃତ ସ୍ଥାନରେ ମନ୍ଦିର ଦଣ୍ଡାୟମାନ ହୋଇଛି। ଭକ୍ତ ମାନେ ,ଗ୍ରାମବାସୀ,ପ୍ରଶାସନ ସହଯୋଗରେ ମନ୍ଦିର ନିର୍ମାଣ ହୋଇଛି। ସମସ୍ତେ ମୁକ୍ତ ହସ୍ତରେ ମନ୍ଦିରକୁ ଦାନ କରିବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଅକୁଣ୍ଠ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ପ୍ରଫୁଲ୍ଲ ପାଂଗୀ,ରାଜେନ୍ଦ୍ର କୁମାର ପାତ୍ର, ଏମ.ଏମ.ଅଗ୍ରୱାଲ, ଶ୍ରୀଯୁକ୍ତ ପାଣି,ଆନନ୍ଦ ପାଟୱାନିଆ, ସ୍ନିଗ୍ଧାରାଣୀ ମିଶ୍ର, ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ପ୍ରମୂଖ ସହଯୋଗ କରିଥିଲେ। ଗ୍ରାମର ମନ୍ଦିର କମିଟି ସମସ୍ତ ଦାୟିତ୍ବ ସୂଚାରୁ ରୂପେ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *