ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ ପାଳନ । ଆର, ଉଦୟଗିରି (ମନୋଜ କୁମାର ପାଢୀ:୦୨/୦୨/୨୫ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଡିଗ୍ରୀ କଲେଜ ଅଧ୍ୟକ୍ଷ ପୁର୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସଂଯୋଜନା ରେ ଓ ଯୁକ୍ତ 2 ଅଧ୍ୟକ୍ଷ ଡ଼ଃ. ରାଧା ରମଣ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ଅଧ୍ୟକ୍ଷ କୈଳାଶ ସାହୁ ଯୋଗଦେଇ କଲେଜର ଇତିହାସ ସମ୍ପର୍କରେ କହିଥିଲେ l ମୁଖ୍ୟବକ୍ତା ସମାଜ ସଂଗଠକ ଅଶୋକ ରଣଜିତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବଛାତ୍ର ସଂସଦ ସଭାପତି ଶିବରାମ ସୁଆର, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ସରପଞ୍ଚ କନକଲତା ପାଲ, ସମିତି ସଭ୍ୟ ସୋମନାଥ ମଣ୍ଡଳ, ବୁଦ୍ଧିଜୀବୀ ଦେବଦତ୍ତ ବେହେରା, ପୂର୍ବତନ ସରପଞ୍ଚ ଜୁରିଆ କାର୍ଜି, ପୂର୍ବତନ ଖେଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧୟନ ସହ ଚରିତ୍ରବାନ ହୋଇ ସମାଜ ସେବା ପ୍ରତି ବ୍ରତୀ ହେବା ଆବଶ୍ୟକ ବୋଲି ବକ୍ତା ମାନେ କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ସନ୍ୟାସୀ ବେହେରା, ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପରିଚାଳନା କରିଥିଲେ ଏବଂ ଛାତ୍ର, ଛାତ୍ରୀ ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ l କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲେ l
Related Posts
କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ବଦାନ୍ୟତା, ଘର ପଡି ବୃଦ୍ଧାଙ୍କୁ ସହାୟତା।
କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ବଦାନ୍ୟତା, ଘର ପଡି ବୃଦ୍ଧାଙ୍କୁ ସହାୟତା। ରାୟଗଡା:୧୫/୧/୨୫(ପ୍ରଫୁଲ୍ଲ କୁମାର ବେହେରା)-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଲକ୍ଷ୍ମୀ ବଜାର…
ଉଦ୍ଘାଟିତ ହେଲା ୧୫ ତମ ଭରତ ମୁନି ସମ୍ମାନ ସମାରୋହ।
ଉଦ୍ଘାଟିତ ହେଲା ୧୫ ତମ ଭରତ ମୁନି ସମ୍ମାନ ସମାରୋହ। ଭୁବନେଶ୍ଵର:ରାଜଧାନୀ ଭୁବନେଶ୍ଵର ଠାରେ ଅବସ୍ଥିତ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ତରଫ ରୁ ୧୫…
ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ।
ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ।ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।…