ରାମଗିରି ବ୍ଳକ ଗଠନ ଲାଗି ତୃତୀୟ ଆଲୋଚନା ବୈଠକ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରୁ ବାହାରି ରାମଗିରି ଠାରେ ନୂତନ ବ୍ଳକ ଗଠନ ଲାଗି ଜୋରରେ ଲାଗି ପଡିଛନ୍ତି ଆର,,ଉଦୟଗିରି ବ୍ଳକର ୯ଗୋଟି ପଞ୍ଚାୟତ ବାସୀ। ତେଣୁ ସମସ୍ତ ପ୍ରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାମଗିରି ସ୍ଥତି କୁରେଇଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ । ହୋଇଯାଇଛି ଏକ ଆଲୋଚନା ବୈଠକ । ବ୍ଳକ ଗଠନ ଲାଗି ଆଞ୍ଚଳିକ କମିଟିର ସଭାପତି ତାରିଣୀ ଚରଣ ଗୌଡ, ସମ୍ପାଦକ ପ୍ରସନ୍ନ ଦଳେଇ, ଯୁଗ୍ମ ସମ୍ପାଦକ ରଘୁନାଥ ବଡମୁଣ୍ଡି, କୋଷଧ୍ୟକ୍ଷ ଗୋପାଳ କୃଷ୍ଣ ଦଳେଇ ଓ ଅନ୍ୟାନ୍ୟ ସଦସ୍ୟ ତଥା ଅଞ୍ଚଳର, ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡସଭ୍ୟ ଓ ୧୦୦ ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଏକ ଆଲୋଚନା ହୋଇଯାଇଛି । ବ୍ଳକ ଗଠନ ଲାଗି ନିଷ୍ପତି ନେବା ଦିନଠୁ ଆଜିଯାଏ ଅଞ୍ଚଳର ବୃଦ୍ଧିଜୀବୀ ଓ ଜନ ପ୍ରତିନିଧିଙ୍କ ମନରେ କେବକ ନୂତନ ବ୍ଳକ ଗଠନକୁ ନେଇ ଯଥେଷ୍ଠ ଉତ୍ସାହ ଦେଖାଦେଇଥିବା ବେଳେ ସରକାରୀ ସୁପାରିଶକୁ ଅଞ୍ଚଳବାସୀ ନୂତନ ବ୍ଳକ ଲାଗି ଆଶାୟୀ ରହିଥିବା ବେଳେ, ଦେଖିବାକୁ ବାକି ରହିଲା ସରକାର କେବେ କାହାର ମନସ୍କାମନା ପୂର୍ଣ କରିବେ ।
Related Posts
ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ : ମନ୍ତ୍ରୀ
ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ : ମନ୍ତ୍ରୀ ଭୁବନେଶ୍ୱର: ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ ପ୍ରଦାନ…
କାଳବୈଶାଖୀ ର ଭୀଷଣ ପବନ ଓ ବର୍ଷାରେ ବିଦ୍ୟୁତ ଖୁଣ୍ଟ ଢଳି ସମ୍ପୂର୍ଣ ଭାବେ ଦୁଇଟି ଗାଁର ଲୋକେ ଅନ୍ଧାରରେ କାଳ କାଟୁଛନ୍ତି।
ନୁଆସାହି ଓ ଅନଙ୍ଗପୁର ଅବହେଳାରେ ଅନ୍ଧାରରେ ପେଶି ହେଉଛନ୍ତି ଅଂଚଳବାସୀ ଆର, ଉଦୟଗିରି – କାଳବୈଶାଖୀ ର ଭୀଷଣ ପବନ ଓ ବର୍ଷାରେ ବିଦ୍ୟୁତ ଖୁଣ୍ଟ ଢଳି…
ଗୋରୁ ବଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତା
ଗୋରୁ ବଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତା ଆର,ଉଦୟଗିରି(ମନୋଜ କୁମାର ପାଢୀ/ -ଦିନ ଗଜପତି ଜିଲ୍ଲାରେ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ,ଗୋରୁ ବଝେଇ ଟ୍ରକକୁ…