ମୃତ୍ୟୁ ସହ ୧୫ ଦିନର ସଂଗ୍ରାମ, ହାର୍ ନମାନିବାରୁ ପୁତ୍ର ରତ୍ନକୁ ସୁସ୍ଥତା ସହ କଟକରୁ ଫେରାଇ ଆଣିପାରିଲେ ଆଦିବାସୀ ମାଘଟଣାଟି କିଛି ଏପରି ହୋଇଥିଲା୮ ତାରିଖ ରାତ୍ର ପ୍ରାୟ ୧୨.୪୫ ସମୟ ରେ ମା ଜ୍ୟୋତି ମାଡକାମି ସ୍ୱାମୀ ୱାଗା ମାଡକାମି ଙ୍କ ଏକ ପୁତ୍ର ସନ୍ତାନ କୋରକୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିଲା lପରଦିନ ଶିଶୁ ଟି ମଳତ୍ୟାଗ ନକରିବାରୁ ମା ଜ୍ୟୋତି ଡାକ୍ତରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା lଡାକ୍ତର ସମସ୍ତଚେଷ୍ଠା ପରେ ଉଭୟ ମା ଓ ପିଲାକୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ରେଫର୍ କରିଥିଲେ l ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଶେଷ ସୁବିଧା ନଥିବାରୁ ଜ୍ୟୋତି ଓ ନବଜାତ ଶିଶୁକୁ କୋରାପୁଟ୍ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ପଠାଇଥିଲେ ସେଠାରେ ୨ ଦିନ ରହିବା ପରେ ସେଠାରୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ କଲେଜ୍ କୁ ପିଲାଟିକୁ ଡାକ୍ତର ଉଚ୍ଚଚିକିତ୍ସା ନିମନ୍ତେ ପରାମର୍ଶ ଦେଇଥିଲେହାତରେ ଅର୍ଥର ଅଭାବ ତଥା ପାଠସାଠ ପଢିନଥିବା ତଥା ନୁଁଆ ସ୍ଥାନକୁ ଯାଇ ଚିକିତ୍ସା କରିବାର ଭୟରେ ସପରିବାର ନିଜ ଗାଁ ମାଲକାନଗିରି ଜିଲ୍ଲାର ମାର୍କେଲଗୁଡାକୁ ଫେରିଆସିଥିଲେ କିଛି ସମାଜସେବୀଙ୍କୁ ତାଙ୍କୁ କୋରାପୁଟ ମେଡିକାଲ ରେ ସହଯୋଗ କରିବା ନିମନ୍ତେ ବିଦ୍ୟାଳୟ ଶିକ୍ଷକ ଅନୁରୋଧ କରିଥିଲେ ସେମାନେ ପ୍ରଥମେ କୋରାପୁଟ୍ ମେଡିକେଲ୍ କଲେଜ୍ ଖୋଜିବା ପରେ ବ୍ରହ୍ମପୁର କୁ ମଧ୍ୟ ମାନବ ଅଧିକାର କର୍ମୀଙ୍କ ଏକ ଟିମ୍ କୁ ପଠାଇଥିଲେକିନ୍ତୁ କୌଣସିଠାରେ ନବଜାତ ଶିଶୁକୁ ପାଇନଥିଲେ ୧୮-୧-୨୦୨୫ ରେ ଜ୍ୟୋତି ଓ ତା ଛୁଆକୁ ନେଇ ପୁଣିଥରେ ମାଲକାନଗିରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ଭର୍ତ୍ତି ହେଲାପୁର୍ବରୁ ସମ୍ପର୍କରେ ଥିବା ମାନବଅଧିକାର କର୍ମିଙ୍କ ଟିମ୍ ପ୍ରଥମେ ଜ୍ୟୋତି ଓ ୱାଗା ସହ କଥାହୋଇ ପିଲାଟିର ସ୍ୱାସ୍ଥ୍ୟ ବିଷୟରେ ବୁଝିଥିଲେ ପରେ ସ୍ୱତନ୍ତ୍ର ଶିଶୁ ଯତ୍ନ ୱାର୍ଡ୍ କୁ ଯାଇ ପିଲାଟିର ବର୍ତ୍ତମାନ ଅବସ୍ଥା ବୁଝିଥିଲେ l ଡାକ୍ତର ମାନଙ୍କ ସହିତ ବିଚାର ବିମର୍ଶ ପରେ ଶିଶୁଟିକୁ ତୁରନ୍ତ କଟକ ସ୍ଥିତ ଶିଶୁଭବନ ନେବାନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ପରଦିନ ରବିବାର କହି କାର୍ଯ୍ୟରେ ବିଳମ୍ବ ହୋଇଥିଲେ ମଧ୍ୟ ମଙ୍ଗଳବାର ୨୨ତାରିଖରେ ମାଲକାନଗିରିରୁ କଟକ ସ୍ୱତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ଯାଇ ରାତ୍ର ପ୍ରାୟ୍ ୨-୩୦ ସମୟରେ ସେମାନେ ଶିଶୁଭବନରେ ପହଞ୍ଚିଥିଲେ୨୩ ରେ ଅପରେସନ୍ ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ଏବଂ ସେମାନଙ୍କୁ ୨୫ ତାରିଖରେ ନିଜ ଗାଁକୁ ଫେରିଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେଆଜି ଅପରାହ୍ନରେ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ୍ କମିସନ୍ ର ସଦସ୍ୟମାନେ ଯାଇ ପିଲା ଓ ମାର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ କିଛି ବସ୍ତ୍ର ଦେଇଥିଲେପି ସରୋଜିନି ଚନ୍ଦ୍ରାନ୍ ଆଜି ଗଣ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଏପରି କୌଣସି ବ୍ୟକ୍ତି ବିଶେଷଙ୍କୁ ଯଥା ଆଦିବାସୀ ଅଳ୍ପ ଶିକ୍ଷିତ ତଥା ଅଶିକ୍ଷିତ ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ବାରମ୍ବାର ଅନେକ ଡାକ୍ତରଖାନାକୁ ପଠାଇ ଅଜଥା ହଇରାଣ ନକରି ଠିକ୍ ସମୟରେ ଉଚିତ୍ ସ୍ଥାନକୁ ପଠାଇଲେ ବର୍ତ୍ତମାନ ନବଜାତ ଶିଶୁ ବୋଧ ହୁଏ ୨୪ ପରିବର୍ତ୍ତେ ୧୧ ତାରିଖରେ ଅର୍ଥାତ୍ ୧୧ଦିନ ପୁର୍ବରୁ ମଳତ୍ୟାଗ କରି ପାରିଥାନ୍ତାସମସ୍ତ ସ୍ଥାନରେ ସଂଗଠନ ପହଞ୍ଚିବା ସମ୍ଭବ ନୁହଁ ଏଣୁ ସମସ୍ତେ ଏଥିପାଇଁ ସଚେତନ ହୁଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି !ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ ।
Related Posts
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ପାଳିତ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ପାଳିତ ରାୟଗଡା : ଓଡିଶା ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ରେ ସୁପ୍ରିମୋ ନବୀନ ପଟ୍ଟନାୟକ…
ପାଦ ଫଟା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର
*ପାଦ ଫଟା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର ** ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ପାଦ, ଓଠ, ଚର୍ମ…
ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ
ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ ……………………………………. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ତା 26/06/024, କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ…