ବଡ଼ ଖେମୁଣ୍ଡି ଅଞ୍ଚଳର ସଭାପତିଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ

ବଡ଼ ଖେମୁଣ୍ଡି ଅଞ୍ଚଳର ସଭାପତିଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୯/୧ ୨୫ ଗଜପତି ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀଙ୍କ ସଂଗଠନ କୁ ସୁଦୃଢ କରିବା ନିମନ୍ତେ ଜଣେ ଦକ୍ଷ ନେତାର ଆବଶ୍ୟକ ଥାଏ । ସେହି ସ୍ଥାନ କୁ ସଭାପତି ଭାବେ ଦାଇତ୍ୱ ନେଇ ବଜାୟ ରଖିଥିଲେ ସ୍ବର୍ଗତ ଗୋବର୍ଦ୍ଧନ ନାୟକ । ଗତ 18/01/25 ତାରିଖରେ ସେ ନିଜ ବାସଭବନ ତିଳିଗାଆଁ ଠାରେ ଇହଧାମ ତ୍ୟାଗ କରିଥିଲେ । ଯାହାର ଫଳରେ ସାରା ବଡ଼ ଖେମୂଣ୍ଡି ଅଞ୍ଚଳର ଶବର ସମାଜରେ ସୋକର ଛାୟା ଖେଳିଯାଇଥିଲା । ଜଣେ ଦକ୍ଷ , ସାଧୁ , ସମୟାନୁବର୍ଟିତା ମେଳାପି ପରୋପକାରୀ କହିବାକୁ ଗଲେ ଜଣେ ନିଷ୍ଠାପର ସମାଜସେବୀ କୁ ହରାଇ ଆଜି ଶବର ସମାଜ ସ୍ଥବ୍ଧ ହୋଇଯାଇଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ତାଙ୍କରି ସ୍ଥାନ ଯୁଗ ଯୁଗ ଲାଗି କେହି ପୂରଣ କରିପାରିବେ ନାହିଁ । ଗଜପତି ଜିଲ୍ଲା ର ରା.ଉଦୟଗିରି ବ୍ଳକ ଅନ୍ତର୍ଗତ ତିଳିଗାଆଁ ଠାରେ ସେ 1925 ମସିହାରେ ମାତା ସୁକୁମାରୀ ନାୟକ ପିତା ରାଇବାରିଆ ନାୟକଙ୍କ କୋଳରେଜନ୍ମ ଗ୍ରହଣ କରିଥିଲେ । ନିଜ ସମାଜ ପାଇଁ ଅନେକ କିଛି କରି ଆସିଥିଲେ ଯାହାକି ବର୍ଣ୍ଣନା କରିହେବ ନାହିଁ । ଆଜି ତାଙ୍କ ବାସଭବନରେ ସମସ୍ତ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ତଥା ସମାଜସେବୀ ଜନପ୍ରତିନିଧି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ତାଙ୍କରି ଗୁଣ ଗାନ କରିବାସହ ତାଙ୍କରି ଅମର ଆତ୍ମାର ସଦ ଗତି କାମନା କରିଥିଲେ । ବଡ ଖେମୁଣ୍ଡି ଶବର ସମାଜର କେନ୍ଦ୍ର ସଭାପତି ରାମଚନ୍ଦ୍ର ରଣସିଂହ ନାୟକ , ବରିଷ୍ଟ ସଦସ୍ୟ ଆଦିକନ୍ଦ ନାୟକ ,ସମ୍ପାଦକ ନୀଳମାଧବ ନାୟକ ,ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତଃ ପ୍ରଚାରକ ତରଣି ସେନ ଦାସ ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ପ୍ରାନ୍ତଃ ଶାରୀରିକ ପ୍ରମୁଖ ଅଶୋକ ରଞ୍ଜିତ ତଥା ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *