ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକl,ମାନ୍ୟବର ବିଧାୟକ ଵିଷମ କଟକଙ୍କ ପ୍ରତିନିଧି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜୀତ ଗମାଙ୍ଗ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ,ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ପ୍ରାରମ୍ଭରେ ପୂର୍ବ ବୈଠକରେ ଆଲୋଚିତ ବିଷୟ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ l ଏହାପରେ ଆଜିର ବୈଠକରେ ଆଲୋଚନା ହେବାକୁ ଥିବା କାର୍ଯ୍ୟ ସୂଚି ଅନୁଯାୟୀ ବିଶେଷ କରି ପୂର୍ବତଟ ରେଳ ବିଭାଗ ଦ୍ୱାରା କରାଯାଉଥିବା ଗୁଣୁପୁର ଥେରୁବାଲି ନୂତନ ରେଳ ଲାଇନର ଆଗ୍ରତି ଓ ବିଭିନ୍ନ ସମସ୍ୟା, ନୂତନ ରେଳ ମଣ୍ଡଳ, କୋରାପୁଟ ସିଙ୍ଗାପୁର ରେଳ ଲାଇନର ଦୋହରୀକରଣ, ରାୟଗଡ ବିଜୟନଗରମ ୩ତୀୟ ଲାଇନ, ଟିଟିଲାଗଡ଼ ବିଶାଖାପାଟଣା ୪ର୍ଥ ଲାଇନ ନିର୍ମାଣର ଆଗ୍ରଗତ ଓ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ଗୁଣୁପୁର ଥେରୁବାଲି ରେଳ ଲାଇନ ନିର୍ମାଣ ପାଇଁ ଆଦିମ ଜନଜାତି ବସବାସ କରୁଥିବା ୬୦ଟି ଗ୍ରାମର ୨୬୯.୫୨୧ ହେକଟର, ସରକାରୀ ଜମି ୧୩୩୩.୪୩୭ ହେକଟର ଏବଂ ଜଙ୍ଗଲ ଜମି ୭୦.୮୨୮ ହେକଟର ଜମି ଆବଶ୍ୟକ ହେଉଛି ବୋଲି ରେଲବାଇ କର୍ତୃପକ୍ଷ ବୈଠକରେ ଅବଗତ କରିଥିଲେ | ଏହି ବିଷୟରେ ଆଲୋଚନା ବେଳେ ମାନ୍ୟବର ସାଂସଦ କହିଲେ ଯେ ଗୁଣୁପୁର ,ପଦ୍ମପୁର ,ଗୁଡାରି ଦେଇ ବିଷମକଟକ ସହ ସଂଯୋଗ କରିବା ନିମନ୍ତେ ପଦକ୍ଷେପ ନେବାକୁ ରେଲବାଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ଏବଂ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଜମି ଅଧିଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ | ସେହିପରି ରାୟଗଡାଠାରେ ରେଳମଣ୍ଡଳ ନୂତନ ଗୃହ ନିର୍ମାଣ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଗୃହରେ ଅବଗତ କରାଇଥିଲେ | ଏହାପରେ ଜାତୀୟ ରାଜପଥର ସୁନାବେଡା ଡିଭିଜନ ତରଫରୁ ଜିଲ୍ଲାରେ ନିଆଯାଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ଗୁଡିକର ଅଗ୍ରଗତି ଓ ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା କରିଥିଲେ | ବିଶେଷକରି ଜାତୀୟ ରାଜପଥ ୩୨୬ରେ ରାୟଗଡା ଟାଉନ ଠାରୁ ଯେକେପୁର ଟାଉନ ପର୍ଯ୍ୟନ୍ତ ନିର୍ମାଣ ପାଇଁ ନିଆଯାଇଥିବା ସ୍ଥିତି ଉପରେ ଉପସ୍ଥାପନା କରିଥିଲେ | ସେହିଭଳି ଗ୍ରାମ୍ୟ ନିର୍ମାଣ ବିଭାଗ ରାୟଗଡା ଏବଂ ଗୁଣୁପୁର ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ୧,୨,୩ ଏବଂ ପ୍ରଧାନମନ୍ତ୍ରୀ ଜନମନ ପରି ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା | ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଗରେ ଏହିସବୁ ଯୋଜନାରେ ୪୪୯ଟି ହାତକୁ ନିଆଯାଇଥିବା ବେଳେ ୪୩୬ଟି ସଂପୂର୍ଣ୍ଣ ହୋଇଯାଇଛି ଓ ୧୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଅଛି | ସେହିପରି ଗୁଣୁପୁର ଗ୍ରାମ୍ୟ ନିର୍ମାଣ ବିଭାଜନରେ ୨୧୬ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ସେଥିରୁ ୨୦୮ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୮ଟି ରେ ଅଗ୍ରଗତି ଚାଲିଛି | ରାୟଗଡା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ତରଫରୁ ବୃହତ୍ତ ସେତୁ ପ୍ରକଳ୍ପ , ବୃହତ୍ତ ସଡକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ ସେଥିମଧ୍ୟରୁ ସାତବଙ୍କା ନାଳଉପରେ ଭାଟପୁର ସେତୁ , ରତାକୁଆନ ନାଳ ଉପରେ ବୃହତ୍ତମ ସେତୁ , ଥୁଆମୂଳ-ରାମପୁର-କାଶୀପୁର ରାସ୍ତା ନିର୍ମାଣ ରାୟଗଡା କେରେଡ଼ା ରାସ୍ତା ନିର୍ମାଣ ନିମନ୍ତେ ହାତକୁ ନିଆଯାଇଥିବା ପ୍ରକାଶ କରିଥିଲେ | ଝାଂଜ୍ଜାବତୀ ନାଳଉପରେ ନିର୍ମିତ ବୃହତ୍ତର ସେତୁ କୁଡିପାରି ନାଳ ଉପରେ ନିର୍ମାଣ ହେଇଥିବା ବୃହତ୍ତର ସେତୁ , କୁଟିଙ୍ଗୁଡ଼ା ନାଳ ଉପରେ ନିର୍ମିତ ବୃହତ୍ତର ସେତୁ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ | ସେହିଭଳି ପିତାମହଲଠାରୁ ସିରିକଣା ବାଇପାସ ରାସ୍ତା, କାଶୀପୁର ଠାରୁ ମାଣ୍ଡିବିଶି ଦେଇ ସିକରପାଇ ରାସ୍ତା, ଟିକିରି ଠାରୁ କାଶୀପୁର ଦେଇ ଡଙ୍ଗାସିଲ ରାସ୍ତା ସଂପୂର୍ଣ୍ଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ବୈଠକରେ ପ୍ରକାଶ କରିଥିଲେ | ସେହିପରି ଗୁଣୁପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ତରଫରୁ ୧୫ଟି ପ୍ରକଳ୍ପ ହାତକୁ ନିଆଯାଇଛି ସେଥିମଧ୍ୟରୁ ୪ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ | ଏହି ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ତରଫରୁ ନେଇଯାଇଥିବା ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ କ୍ଷୁଦ୍ର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା | ସେହିପରି ବେସାମରିକ ଯୋଗାଣ ବିଭାଗ ଉପରେ ଆଲୋଚନା କରି ଚଳିତ ଖରିଫ ଧାନ କିଣା ଉପରେ ଆଲୋଚନା କରାଯାଇଥିଲା | ମାନ୍ୟବର ସାଂସଦ ଚାଷୀମାନଙ୍କୁ ଧାନ କିଣାରେ ଅସୁବିଧା ନକରି ତୁରନ୍ତ ତାଙ୍କଠାରୁ ଧାନ କିଣିବାକୁ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କହିଥିଲେ |କୋଣସି ଚାଷୀ ଯେପରି ଠକାମିର ଶିକାର ନହେବେ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ | ଏହାପରେ ଭାରତ ସଂଚାର ନିଗମ ଲିମିଟେଡ଼ ରାୟଗଡା ଉପରେ ଆଲୋଚନା କରିଥିଲେ | ଏହି ବୈଠକରେ ଦିଶା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *