ଥୁଆପାଲି ବିଭିନ୍ନ ବିଦ୍ୟାଳୟ ଠାରେ ୬୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଠାରେ ବିଭିନ୍ନ ବିଦ୍ୟାଳୟ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ଠାରେ ମୁଖ୍ୟଅତିଥି ଭାବେ ବିଷିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ପଦ୍ମଲୋଚନ ପାଢ଼ୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ଡାଃ ଭୀମରାଓ ଆମ୍ବେଦକର ସମ୍ବିଧାନ କାର୍ଯ୍ୟକାରୀ କରିବା ବିଷୟରେ ଛାତ୍ରଛାତ୍ରୀ ମାନକୁଂ ବିଶଦ ଭାବରେ ବର୍ଣ୍ଣନା କରିଥିଲେ। ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି, ପୂର୍ବତନ ଛାତ୍ର ମାନେ ଉପସ୍ଥିତ ଥିଲେ। ସେହିପରି ଭାବରେ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଥୁଅପାଲି ଠାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ପ୍ରଭାତଫେରୀ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଜନନାୟକ କଂ ବେଶରେ ତଥା ଭାରତମାତା, ମହତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷଙ୍କ, ବୀର ସୁରେନ୍ଦ୍ର ସାଏ ବିଭିନ୍ନ ସ୍ଲୋଗାନ ଦେଇ ଝରାପାଲି ମାର୍କେଟ ପରିକ୍ରମା କରିବା ସହିତ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ। ବିଦୟାଳୟ ଠାରେ ପରିଚାଳନା କମିଟି ର ସଭାପତି ଅମୀୟ କୁମାର ମେହେର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂପାଦକ ଫଗୁନୁ ଯୁଆଡି ଯୋଗ ଦେଇଥିଲେ। ଏହି ସାଧାରଣତନ୍ତ୍ର ଦିବସ କୁ ପରିଚାଳନା କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲତାଗିରି ନଈ ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। ସେହିପରି ଭାବରେ ଥୁଆପାଲି ୟୁଜିୟୁପି ବିଦ୍ୟାଳୟ, ଥୁଆପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମହା ସମାରୋହରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।