ସଡ଼କ ସୁରକ୍ଷା ମାସ ପାଳନ iଉପଲକ୍ଷେ ରାୟଗଡା ଆଞ୍ଚଳିକ ପରିବହନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ରାୟଗଡ: – ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ମାସ ଜାନୁଆରୀ ୧ତାରିଖ ଠାରୁ ଆରମ୍ଭ କରାଯାଇ ଆସନ୍ତା ଜାନୁଆରୀ ୩୧ତାରିଖ ଯାଏଁ ଜିଲ୍ଲାରେ ପାଳନ କରାଯାଉଛି l ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଉଥିଲା l ଆଜି ଆଞ୍ଚଳିକ ପରିବହନ ବିଭାଗ ଓ ଡ. ଏପି ଯେ ଅବଦୁଲ କଲାମ ଫାଉଣ୍ଡସନ ଟ୍ରଷ୍ଟ ରୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସ୍ଥାନୀୟ ଅଞ୍ଚିଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଡାକ୍ତର ଲାଲମୋହନ ରାଉତରାୟ,ଡ଼. ଗୌତମ ପଟ୍ଟନାୟକ,ମୋଟର ଗାଡ଼ି ନିରୀକ୍ଷକ ଶ୍ରୀ ରାଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଆରଟିଓ ଙ୍କ କlର୍ଯ୍ୟଳୟର ଅନ୍ୟାନ୍ୟ କର୍ମଚାରୀ,ଜିଲ୍ଲାର ବିଭିନ୍ନ ସଙ୍ଘଠନକୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଆଜିର ଶିବିରରେ ମୋଟ ୫୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଦୁର୍ଘଟଣା ଜନିତ ରକ୍ତ ଅଭାବରୁ କେହି ଯେପରି ନମରନ୍ତି ସେଥିପାଇଁ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି ବୋଲି ଆରଟିଓ ଶ୍ରୀ ଚୌଧୁରୀ ପ୍ରକାଶ କରିଥିଲେ lଆଜିର ଶିବିରରେ ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ,ଅଟଆସୋସିଏସନ,ଡ୍ରାଇଭର ମହାସଂଘ ଓ ଜନସାଧାରଣ ଆଦି ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତ ଦାନ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ