ଚୁଲି ନିଆଁ ରେ ପୋଡି ହୋଇ ବୃଦ୍ଧଙ୍କ ମୃତ୍ୟୁ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅର୍ନ୍ତଗତ ଭାଗ୍ୟଲକ୍ଷ୍ମୀ ନଗରରେ ଏକ ଅଭାବନୀୟ ଘଟଣା ଘଟି ରଙ୍କନୀଧି ସାହୁ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉକ୍ତ ଚାଳ ଘରେ ମୃତ ରଙ୍କନୀଧି ଏକାକୀ ରହୁଥିଲେ ଓ ବାରିପଟ ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଅଗ୍ନି ସଂଯୋଗ ନିଜ ଶରୀରକୁ ଲାଗି ଯାଇଥିଲା। ଏତିକିବେଳେ ମୃତ ରଙ୍କନୀଧି ଅଗ୍ନୀ ନିଆଁରେ ଛଟପଟ ହୋଇ ଚିତ୍କାର ହେଉଥିବା ଶୁଣି ସାହି ପଡିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଘର ଭିତରେ ପ୍ରବେଶ କରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିବା ରଙ୍କନୀଧି କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଛତ୍ରପୁର ଏସ୍ ଡି ପି ଓ ଗୌରହରି ସାହୁ ଓ ଏସ୍ ଆଇ ବିଶ୍ଵଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.