କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗରେ ଶୋକସଭା।

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗରେ ଶୋକସଭା।_________________________

ସେମିଳିଗୁଡା: କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ପ୍ରସାଦ ରଥ ଙ୍କ ଅକାଳ ବିୟୋଗ ରେ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସେମିଳିଗୁଡା ପ୍ରେସ କ୍ଳବ୍ ନିକଟସ୍ଥ ପାଠାଗାର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଘ ସଭାପତି ଶଶଧର ରାଉତ ଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକାରୀ ସଭାପତି ଶରତ ନାୟକ,ସହ ସମ୍ପାଦକ ଶରତ କୁମାର ଧଳ,ଯୁଗ୍ମ ସମ୍ପାଦକ ତ୍ରୀନାଥ ଖରା, ସେମିଳିଗୁଡା ବ୍ଳକ ସଂଯୋଜକ ସି ‌ହେଚ କୁରୁମା ରାଓ, ସୁନିଲ୍ କ୍ଷେତ୍ରୀୟ,ପ୍ରଭାତ ସୁତାର,ସୁନାମ ହନ୍ତାଳ,ପତି ମୁଠାଇ, କ୍ଷିରୋଦ ଚଂଦ୍ର ଭୋଳ, ନନ୍ଦପୁର ବ୍ଲକ ସଂଯୋଜକ ତୁଷାର କାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ଵର୍ଗତ ରଥ ସେନାବାହିନୀରୁ ଅବସର ନେବାପରେ ସାମ୍ବାଦିକତା କୁ ନିଶା ରୁପରେ ଗ୍ରହଣ କରି ସମାଜ ସେବା କ୍ଷେତ୍ରରେ ଉପଯୋଗ କରୁଥିଲେ।ସେ ନିଜର ସାହାସ ଓ ଦକ୍ଷତା ବଳରେ କଲମ ଚାଳନା କରିଆସୁଥିବା ରୁ ସେ ବହୁ ସମୟରେ ଚର୍ଚ୍ଚାରେ ର‌ହୁଥିଲେ। ତାଙ୍କର ସ୍ମୃତି ଚାରଣ କରି ସଭାପତି ଶ୍ରୀ ରାଉତ କହିଥିଲେ ଯେ ଜଣେ ସଚ୍ଚୋଟ ବ୍ୟକ୍ତି ହିଁ ନିଜର ସାହାସ ବଳରେ ନିରପେକ୍ଷ ଓ ନିର୍ଭୀକ ହୋଇପାରନ୍ତି। ସ୍ଵର୍ଗତ ରଥ ଙ୍କ ନିକଟରେ ଏହି ସ୍ଵଭାବ ପରିଲକ୍ଷିତ ଥିଲା ତେଣୁ ସେ ନିର୍ଭର ରେ ଶେଷ ପର୍ଯ୍ୟନ୍ତ ନିଜର କଲମ ଚାଳନା ରେ ଡରିନଥିଲେ। ସେ ଦିର୍ଘ ବର୍ଷ ଧରି ରାଜ୍ୟ ର ଦୁଇ ପ୍ରମୁଖ ଖବର କାଗଜ ରେ ସାମ୍ବାଦିକତା କରିଥିଲେ। ଶେଷ ସମୟରେ ସମାଜ ରେ ଦିର୍ଘ ବର୍ଷ ଧରି ନିଜର ଲେଖନୀ ଚାଳନା କରୀଆସୁଥିଲେ।report by ch Kurma Rao semiliguda

Leave a Reply

Your email address will not be published. Required fields are marked *