32 ପ୍ରଜାତିର 2172 ପକ୍ଷୀ ରାୟଗଡା ଜ଼ିଲ୍ଲା ରେ ଚି଼ହ୍ନଟ ହୋଇଛି ରାୟଗଡା : ପ୍ରତିବର୍ଷ ଯେପରି ପକ୍ଷୀ ଚି଼ହ୍ନଟ ଗଣନା କରି କରାଯାଇଥାଏ ଠିକ ସେହିପରି ଚଳିତ ବର୍ଷ ରାୟଗଡା ଜ଼ିଲ୍ଲା ରେ ପକ୍ଷୀ ଗଣନା କରି 32 ପ୍ରଜାତି ର 2172 ତି ପକ୍ଷୀ ଚି଼ହ୍ନଟ ହୋଇଥିବା ଏ ସି ଏଫ ଏଫ ଓ ସ୍ସନ୍ଦୀପ କୁମାର ପୃଷ୍ଟି କହିଛନ୍ତି ସେ ପୁଣି ପ୍ରକାଶ କରିଛନ୍ତି ଯେ ଗତ ସେପ୍ଟେମ୍ବର ଅକ୍ଟୋବର ମାସ ରେ ଭାଲେରି ରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିଲେ ମଧ୍ୟ ବର୍ତମାନ ପକ୍ଷୀ ଗଣନା ସମୟରେ ସେ ସବୁ ବିଦେଶୀ ପକ୍ଷୀ ଙ୍କ ଦେଖାମିଳିନାହିଁ ବୋଲି କହିଥିଲେ l ରାୟଗଡା ବନ ଖଣ୍ଡ ରେ ଚଳିତ ବର୍ଷ ଗତ ବର୍ଷ ତୁଳନା ରେ ଅଧିକ ସଂକ୍ଷକ ପକ୍ଷୀ ବଡ଼ିଥିବା ବେଳେ ପକ୍ଷୀ ଙ୍କ ପ୍ରଜାତି ସଂଖ୍ୟା କମିଥିବା ର ଜଣାପଡିଛି l ଗତବର୍ଷ 42 ତି ପ୍ରଜାତି ର 1804 ପକ୍ଷୀ ଚି଼ହ୍ନଟ ବେଳେ ଚଳିତ ବର୍ଷ 32 ପ୍ରଜାତି ର 2172 ତି ପକ୍ଷୀ ଚି଼ହ୍ନଟ ହୋଇଥିବା ର ଜଣାପଡିଛି l ବନ ବିଭାଗ ର ସୂଚନା ମୁତାବକ ରାୟଗଡା ବନ ଖଣ୍ଡ ଅଧୀନରେ ଥିବା, 7 ଗୋଟି ରେଞ୍ଜରେ ବିଭିନ୍ନ ନଦୀ, ନାଳ, ପୁଷ୍କରିଣୀ ନିକଟରେ ରହିଥିବା ର ପକ୍ଷୀ ଗଣନା କରାଯାଇଥିଲା l ଗୁଡାରି ରେଞ୍ଜର କେନ୍ଦୁଗୁଡା ବଡ଼ନାଳ, ଗୁଣୁପୁର ରେଞ୍ଜର ଭାଲେରୀ ରାୟଗଡା ରେଞ୍ଜର ସିଲିଗୁଡା ଡ୍ୟାମ, ନାଗାବଳି ନଦୀ, ଝଞ୍ଜାବତୀ ନଦୀ ର ତଟ ରର ପକ୍ଷୀ ଗଣନା ହୋଇଥିଲା l ଚଳିତବର୍ଷ ବଗ, ଗେଣ୍ଡାଳିଆ, ମାଛରଙ୍କା, ପାଣିକାଉ, ପାଣିହଁଶ ପରି ବିଭିନ୍ନ ପକ୍ଷିଣ ଗଣନା କରାଯାଇଥିଲା l ପକ୍ଷୀ ଗଣନା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହୃତ ହୋଇଥିଲା l ଗୁଣୁପୁର ରେଞ୍ଜର ଗଙ୍ଗାଧର ମିଶ୍ର, ଗୁଡାରି ରେଞ୍ଜର ଦିଲୀପ ପଟ୍ଟନାୟକ ଓ ରାୟଗଡା ରେଞ୍ଜର କାମେଶ୍ୱର ଅଚାରୀ ଙ୍କ ପ୍ରତକ୍ଷ୍ୟ ତତ୍ଵାବଧାନ ରର ନିଜ ନିଜ ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ପୁରୀ ଜିଲ୍ଲାର ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦ୍ଘାଟିତ
ପୁରୀ ଜିଲ୍ଲାର ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦ୍ଘାଟିତ ଭୁବନେଶ୍ଵର : ଆଜି କାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ…
ବ୍ଲକ ସ୍ତରୀୟ ସର୍ଗିଫୁଲ୨୦୨୪:ଆଦିବାସୀ ସଂସ୍କୃତି ଝଲକରେ ଦୁଲିକିଲା ମଣ୍ଡପ।
ବ୍ଲକ ସ୍ତରୀୟ ସର୍ଗିଫୁଲ୨୦୨୪:ଆଦିବାସୀ ସଂସ୍କୃତି ଝଲକରେ ଦୁଲିକିଲା ମଣ୍ଡପ। ମୁନିଗୁଡ଼ା:ତା୧୨-୧୧ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନୁସୂଚିତ ଜାତି ଜନଜାତି ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ…
ସାଧାରଣ ଲୋକଙ୍କ ସହ ରଜ ପାଳିଲେ ମୁଖ୍ୟମନ୍ତ୍ରୀ
ସାଧାରଣ ଲୋକଙ୍କ ସହ ରଜ ପାଳିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ( ଅଭିଷେକ ମହାନ୍ତି)ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ…