ଅଡବା ପୋଲିସକୁ ବଡ ସଫଳତା ।

ଅଡବା ପୋଲିସକୁ ବଡ ସଫଳତା ।

ଆର,ଉଦୟଗିରି (ମନୋଜ କୁମାର ପଢୀ) – କିଛିଦିନ ଧରି ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ କୋଟି କୋଟି ତାଙ୍କର ଗଂଜେଇ ଗଛ ନଷ୍ଟ କରାଯାଉଥିବାବେଳେ, ଆଜି ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଅଂଚଳରେ ଏକ ଗଂଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ଅଡବା ପୋଲିସ , ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦେଷକ୍ରମେ ଆଜି ଅପରାହ୍ନ ସମୟରେ ଅନ୍ତରବା ନାକା ପଇଣ୍ଟ ଠାରେ ପେଟ୍ରୋଲିଙ୍ଗ କରୁଥିବାବେଳେ OR20-3079 ନମ୍ବରର ଏକ ମହିନ୍ଦ୍ରା ମେକ୍ସପିକଅପରୁ 218 କେଜି ଗଂଜେଇ ଜବତ କରିଛି ପୋଲିସ, ଗଂଜେଇକୁ ଜବତ କରିବା ସହ ଗାଡିକୁ ମଧ୍ୟ ଜବତ କରାଯାଇଛି ଏବଂ ଏନ ଡି ପି ସି act ମାଧ୍ୟମରେ କେସ ନମ୍ବର 07 ରେ ଅଭିଯୁକ୍ତ ଅଜୟ କରାଡକୁ ମଧ୍ୟ ଗିରଫ କରିଛି, ଏହି ଚୋରା ଚାଲାଣରେ କିଏ କିଙ୍ଗ ପିନ, କଉଠିକୁ ଯାଉଥିଲା , ଏନେଇ ଅଧିକ ତଦନ୍ତ ଚଲାଇଛି ଅଡବା ପୋଲିସ ।

Leave a Reply

Your email address will not be published. Required fields are marked *