ଜଙ୍ଗଲ ନିଆଁ ଦଉ ରୁ ରକ୍ଷା ନିମନ୍ତେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି ଅନୁଷ୍ଠିତ

ଜଙ୍ଗଲ ନିଆଁ ଦଉ ରୁ ରକ୍ଷା ନିମନ୍ତେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି ଅନୁଷ୍ଠିତ

ରାୟଗଡା : ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ମୋଟର ସାଇକେଲ ରାଲି କୁ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହୋଲ ଓ ଉପ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୃଷ୍ଟି ଓ ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମୋଟର ସାଇକେଲ ର।ଲି ଗୁମ୍ମା ସେକ୍ସନ ର ଗୁମ୍ମା ଗ୍ରାମ ଠାରୁ ଆରମ୍ଭ ହୋଇ ରାୟଗଡା ସେକ୍ସନ ର ବୈରାଗିହାଲୁବା ଗ୍ରାମ ଦେଇ କୋମଟାଲପେଟ ସେକ୍ସନ ର ମାଲିଗାଁ ଠାରେ ଶେଷ ହୋଇଥିଲା ଏଥି ମଧ୍ୟରେ କୋଦୁପଡୁ , ହାଲୁବା , ସଂକେଶ , ଶିରିକୋଣ। , ମାଲିପଡ଼। , ତାଡମ।, ଚିନ୍ତାଳୀଗୁଡା , ପିତମହାଲ, ହଁସା , ପାଣସ।ହି, ଜିମିଡିପେଟା , ବୈରାଗୀ ହାଲୁବା , ପିପିଲିଗୁଡା , ମୀରାବାଲି , ପାଣିଛତ୍ର , ରୁପୁଣି , ଭୋଇମୋଡା , ରେଖାପଦର , କୈଳାଶପୁର , ଲିଂଗାଗୁଡା, ପଦା ଲେକାପାଇ , ଗୌଡ ଲେଲିବାଡି , କୋଲନର , ଅମଲାଭଟ୍ଟା , କଦଳୀଗୁଡା , ଗୌଡଗୁଡା, କନ୍ଧମାଳୀଗାଓଁ ଗ୍ରାମ ଗୁଡିକରେ ବନକର୍ମଚାରୀ ମାନେ ଜଙ୍ଗଲ ନିଆଁ ନିବାରଣ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ବାର୍ତ୍ତା ରେ ଆଗାମୀ ଗ୍ରୀଷ୍ମ ଋତୁ ରେ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲ ର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କି କୁପ୍ରଭାବ ପଢେ ସେ ଉପରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପରୋକ୍ତ ଗ୍ରାମବାସୀ ଙ୍କୁ ମାର୍ଗଦର୍ଶନ କରାଯାଇଥିଲା । ଏହି ମୋଟର ସାଇକେଲ ର।ଲି ରେ ୫ ଜଣ ବନପାଳ , ୧୧ ଜଣ ବନରକ୍ଷୀ , ୩୦ ଜଣ ପାରା ବନ କର୍ମଚାରୀ ଭାଗ ନେଇଥିଲେ । ଏହି କାର୍ଯକ୍ରମ ଟି ରାୟଗଡା ବନପାଳ ଶ୍ରୀ ଗୌରି ଶଙ୍କର ସାହୁ , ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ ଓ କୋମଟାଲପେଟା ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା ଙ୍କ ଦ୍ବାରା ସୁ ପରିଚାଳିତ ହୋଇଥିଲା ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ନଲ ରିପୋର୍ଟ

Leave a Reply

Your email address will not be published. Required fields are marked *