ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର: ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟର ୬୭୯୪ ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ। ପ୍ରତି ବିଦ୍ୟାଳୟ ପିଛା ୪-୫କୋଟି ଖର୍ଚ୍ଚ ହେବ। ୪ ବର୍ଷରେ ଶେଷ ହେବ ଆଦର୍ଶ ବିଦ୍ୟାଳୟ କାମ।
ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ।
ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ଓ ସମୟବଦ୍ଧ ପ୍ରଣାଳୀ ସୃଷ୍ଟି କରିବା ଏହାର ଲକ୍ଷ୍ୟ।
ବୈଠକରେ ବିକଶିତ ଗାଁ, ବିକଶିତ ଓଡ଼ିଶାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ଏଥିପାଇଁ ପ୍ରଥମ ବର୍ଷ ବଜେଟ୍ରେ ୧ ହଜାର କୋଟି ଟଙ୍କା ଥିଲା। ପରବର୍ତ୍ତୀ ବର୍ଷମାନଙ୍କରେ ଆବଶ୍ୟକତା ଦେଖି ବ୍ୟୟ ବରାଦ ବଢ଼ିବ।
ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟ ସେବା-୨୦୧୭ ଆଇନ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ କ୍ୟାବିନେଟ।
ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି
ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ।