ଆସନ୍ତାକାଲି ଠାରୁ ଓଡ଼ିଶାରେ କମିବ ଶୀତ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଓଡ଼ିଶାରେ କମିବ ଶୀତ ଲହରୀ। ରାତିର ତାପମାତ୍ରା ବୃଦ୍ଧି ପାଇବାକୁ ଥିବା ବେଳେ, ଦେଖାଦେବ ଘନ କୁହୁଡ଼ି।। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଜାନୁଆରୀ ୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତି ବଙ୍ଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବ ଉଷ୍ମ ବାୟୁ।