ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସଡ଼କ ସୁରକ୍ଷା ମାସ ପାଳିତ

ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସଡ଼କ ସୁରକ୍ଷା ମାସ ପାଳିତ ବ୍ରହ୍ମପୁର, 21.01.25: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାସ ବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ମାସ ଅନୁସାରେ ଏହା ଆରମ୍ଭ ହୋଇଛି। “ବି ଏ ରୋଡ଼ ସେଫ୍ଟି ହିରୋ” ଥିମ୍ ଆଧାରରେ କମ୍ପାନୀ ସାରା ଦକ୍ଷିଣ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯାହା ଲୋକ କଲ୍ୟାଣ ଏବଂ ସୁରକ୍ଷା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଏ।ଜାନୁଆରୀ ୧ ରୁ ୩୧ ତାରିଖ ଯାଏଁ ମାସ ବ୍ୟାପୀ ଏହି ଅଭିଯାନ ଚାଲିବ। ଏଥିରେ ସଡ଼କ ସୁରକ୍ଷା ପଦଯାତ୍ରା, ସଚେତନତା କାର୍ଯ୍ୟକ୍ରମ, ଡିଫେନ୍ସିଭ ଡ୍ରାଇଭିଂ ତାଲିମ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ। ଏହାସହ ଟିପିଏସ୍ଓଡିଏଲ୍ ରକ୍ତଦାନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହନ କରୁଅଛି। ନିକଟରେ ଜୟପୁର ସ୍ଥିତ ଉପଭୋକ୍ତା ସମ୍ପର୍କ କେନ୍ଦ୍ର (ସିଆରସି)ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଟିପିଏସ୍ଓଡିଏଲ୍ କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ, ଯାହା ଫଳରେ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ଭଞ୍ଜନଗର, ବୌଦ୍ଧ, ଫୁଲବାଣୀ ଏବଂ ବ୍ରହ୍ମପୁରଠାରେ ସଡକ ସୁରକ୍ଷା ପଦଯାତ୍ରା ସହ ସମସ୍ତ ୧୯ଟି ବିଦ୍ୟୁତ ଡିଭିଜନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି ପଦକ୍ଷେପରେ ଲୋକେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ ଏବଂ ଏଥିରେ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବ୍ୟବହାର କରିବା, ସଡ଼କ ସୁରକ୍ଷା ନିୟମାବଳୀ ଉପରେ ଗୁରୁତ୍ବ ଦିଆଯାଇଥିଲା। ଜନସାଧାରଣ ଟିପିଏସ୍ଓଡିଏଲର ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି, ଯାହା କମ୍ପାନୀକୁ ଏଭଳି ପଦକ୍ଷେପ ନେବା ପାଇଁ ପ୍ରେରଣା ଦେବ। ସଡ଼କ ସୁରକ୍ଷାର ଗୁରୁତ୍ବ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଟିପିଏସ୍ଓଡିଏଲରେ ଆମେ ବିଶ୍ୱାସ କରୁ ଯେ ସୁରକ୍ଷା ହେଉଛି ଆମ ଜୀବନର ଏକ ପ୍ରମୁଖ ଦିଗ। ଏହି ଅଭିଯାନ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଞ୍ଚି, ସେମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରୁଛୁ ଏବଂ ଦାୟିତ୍ବବାନ ଭାବେ ଗାଡ଼ି ଚଲାଇବା ପାଇଁ ଉତ୍ସାହିତ କରୁଅଛୁ।”ଏହି କାର୍ଯ୍ୟକ୍ରମର ପ୍ରଭାବକୁ ଦୀର୍ଘସ୍ଥାୟୀ କରିବା ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ଏହାର କର୍ମଚାରୀମାନଙ୍କ ପାଇଁ ଇଣ୍ଟରାକ୍ଟିଭ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ପ୍ରତିଯୋଗିତା ଆୟୋଜନ ନେଇ ଯୋଜନା କରିଛି। ଏହାସହ, ବିଭିନ୍ନ ସ୍ଥାନରେ ମାସ ବ୍ୟାପୀ ଡିଫେନ୍ସିଭ ଡ୍ରାଇଭିଂ ତାଲିମ ଏବଂ ଅନ୍ୟାନ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ।

Leave a Reply

Your email address will not be published. Required fields are marked *