ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା:(ପ୍ରଫୁଲ୍ଲ କୁମାର ବେହେରା)ତା ୨୦/0୧/୨୦୨୫ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବହାଲ ଗ୍ରାମ ପଞ୍ଚାୟତ ରେ ଆଇ ଡି ବି ଆଇ(IDBI ) ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଏବଂ ଇ ଡି ଆଇ ଆଇ ଦ୍ୱାରା ପରିଚାଳିତ ପ୍ରକଳ୍ପ ରାଇଜ ର ଏକ ଉଦ୍ୟୋମିତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ମୁଖ୍ୟତଃ ଲୋକ ମାନଙ୍କୁ ସ୍ବାବଲମ୍ବୀ ହେବାକୁ ଏକ ବାର୍ତ୍ତା ପ୍ରେରଣ କରିଥିଲା ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଟିକିରି ପୂର୍ବତନ ସରପଞ୍ଚ ଶ୍ରୀ ସାନ୍ଧୁ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ତାଙ୍କ ସହ ସମ୍ମାନନୀୟ ଅତିଥି ରୂପେ ଅଂଶ ଗ୍ରହଣ କରିଥିଲେ ଗୋବିନ୍ଦ ମାଝୀ, ଗ୍ରାମ ରୋଜଗାର ସେବକ (GRS ) ଶ୍ରୀମତି ଦମୟନ୍ତୀ ନାୟକ ମଧ୍ୟ ଓ MBK ପ୍ରିୟଙ୍କା ନାୟକ ପ୍ରମୁଖ କାଶିପୁର ବ୍ଲକ ରେ କାର୍ଯ୍ୟରତ ରାଇଜ ପ୍ରୋଜେକ୍ଟ ଆତ୍ମ ନିର୍ଭର ହେବାର ଏକ ସ୍ବତନ୍ତ୍ର ସୁଯୋଗ ବୋଲି କହିଛନ୍ତି । ଜଣେ ଭଲ ଉଦ୍ୟୋଗୀ ସମାଜ ଆଉ ଦେଶର କଲ୍ୟାଣ କରିଥାଏ ଏବଂ ଇଡି ଆଇ ଆଇ ଏଥିରେ ଲୋକଙ୍କୁ ସହାୟକ ହେଉଛି ବୋଲି ସେ ପ୍ରଶଂସା ମଧ୍ୟ କରିଥିଲେ । ସରକାର ଙ୍କ ବିଭିନ୍ନ ସହାୟତା ମଧ୍ୟ ଉଦ୍ୟୋଗୀ ମାନଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମ ଟି ପ୍ରକଳ୍ପ ରାଇଜ ର କର୍ଡିନେଟର୍ ଅଶ୍ୱିନୀ କୁମାର ମିଶ୍ର ଦ୍ୱାରା ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରୋଜେକ୍ଟ ରାଇଜ ର ତାରିଣୀ ଚରଣ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଟି ଲୋକ ମାନଙ୍କୁ ଆଇ ଡି ବି ଆଇ ବ୍ୟାଙ୍କ ଦ୍ଵାରା ପ୍ରାୟୋଜିତ ରାଇଜ ପ୍ରୋଜେକ୍ଟ ସହ ଲୋକ ମାନଙ୍କୁ ଉଦ୍ୟୋମୀତା କୁ ଜୀବିକା ରୂପେ ବାଛିବା କାହିଁକି ଯେ ଆବଶ୍ୟକ ତାହା ବିଷୟରେ ସମ୍ୟକ୍ ସଚେତନ କରିପାରିଥିଲା । କାର୍ଯ୍ୟକ୍ରମ ଶେଷ ହେବାପରେ, ଆୟୋଜକମାନେ ବ୍ୟକ୍ତିଗତ ସାକ୍ଷାତକାର ଏବଂ ପରବର୍ତ୍ତୀ ସ୍ତର ପାଇଁ ହିତାଧିକାରୀ ଚୟନ କରିବାକୁ ଏକ ପ୍ରାଥମିକ ପରୀକ୍ଷା କରିବାକୁ ଯୋଜନା ଘୋଷଣା କରିଥିଲେ, ଯିଏ ମିଲେଟ ତିଆରୀ ଖାଦ୍ୟ ପ୍ରସ୍ତୁତି ଶିଖିବା ପାଇଁ ୧୮ ଦିନିଆ ଟେକ୍ନୋଲୋଜି ଆଧାରିତ ଉଦ୍ୟୋଗୀ କାର୍ଯ୍ୟକ୍ରମ (TEDP) ଅଂଶ ଗ୍ରହଣ କରିବେ |

Leave a Reply

Your email address will not be published. Required fields are marked *