ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କୌଶଳ କାର୍ଯ୍ୟକ୍ରମ ଉଦଯାପିତ ।ରାୟଗଡ଼ା୨୦/୧/୨୫ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ମା ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କୌଶଳ କାର୍ଯ୍ୟକ୍ରମ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ଚଳିତ ମାସ ୭ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଅଧ୍ୟାପକ ପ୍ରସନ୍ନ କୁମାର ନାୟକ ମୁଖ୍ଯ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନ ସମୟରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ। ଅନୁଷ୍ଠାନ ର ଭାରପ୍ରାପ୍ତ ଅଧ୍ୟକ୍ଷ ବିରୁପାକ୍ଷ ପ୍ରଧାନ ଙ୍କ ସଭାପତିତ୍ବ ରେ ଏବଂ ଓଡ଼ିଆ ଅଧ୍ୟାପିକା ସରୋଜିନୀ ନନ୍ଦଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପ୍ରତିମା ମିଶ୍ର ପ୍ରଶିକ୍ଷକ ରୂପେ ଯୋଗଦେଇ ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ।ନାରୀମାନଙ୍କ ସଶକ୍ତିକରଣ ପାଇଁ ଆତ୍ମ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ଅଧକ୍ଷ ଶ୍ରୀ ପ୍ରଧାନ ମତ ରଖିଥିଲେ। ବିଦ୍ୟାଳୟର ଇଁରାଜୀ ଅଧ୍ୟାପକ ରାଧାମୋହନ ଦଣ୍ଡସେନା, ଗ୍ରନ୍ଥାଗାରିକ ଅଶୋକ କଂସ ବେହେରାଙ୍କ ସମେତ ଲୋକନାଥ ପାତ୍ର ଏବଂ ନୀଳକଣ୍ଠ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ତାଲିମ କାର୍ଯ୍ୟକ୍ରମ ରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପକ ରାଧାମୋହନ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି (ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର…
ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗୋବେଲ ଗ୍ରାମରେ ସରକାରୀ ଅଧିକାରୀ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ
ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗୋବେଲ ଗ୍ରାମରେ ସରକାରୀ ଅଧିକାରୀ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ…
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ ।
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ । ଆର, ଉଦୟଗିରି(ମନୋଜ କୁମାର ପାଢୀ/୩/୭/ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି…