ଜାନୁଆରୀ ୨୪ ରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ

ଜାନୁଆରୀ ୨୪ ରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ

ଭୁବନେଶ୍ୱର: ଜାନୁଆରୀ ୨୪ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ।ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି ଯେ, ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ରେ ହିତାଧିକାରୀ ଆବେଦନ କରିପାରିବେ।ଆସନ୍ତା ୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ଆରମ୍ଭ କରିବେ ରାଜ୍ୟ ସରକାର।ଦେଢ଼ ମାସରୁ ୨ ମାସ ଚାଲିବ ଆବାସ ସର୍ଭେ।ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି, ଓଡ଼ିଶାକୁ ଅଧିକ ମିଳିବା ଆଶା ରହିଛି।ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଆବେଦନ କରିପାରିବେ।ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ।ବାଇକ୍ ଓ ଫ୍ରିଜ୍ ଥିଲେ ବି କରିପାରିବେ ଆବେଦନ। ବାର୍ଷିକ ୧୫,୦୦୦ ଆୟ ଥିଲେ ବି କରିହେବ ଆବେଦନ।

Leave a Reply

Your email address will not be published. Required fields are marked *