ଗୁଡାରି ରେଞ୍ଜର ବଡ଼ନାଳ ଡ୍ୟାମରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଗଣନା ଅନୁଷ୍ଠିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଡାରି ଗୁଡାରି ବନବିଭାଗ ପକ୍ଷରୁ ଏହି ଏହି ରେଞ୍ଜ ର କେନ୍ଦୁଗୁଡା ଠାରେ ଅବସ୍ଥିତ ବଡ଼ନାଳ ଡ୍ୟାମ ରେ ରାୟଗଡା ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହଲ ଙ୍କ ଉପସ୍ଥିତ ରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ନିମନ୍ତେ 20 ଜଣିଆ ଟିମ ଗଠିତ ହୋଇଥିଲା l ଡ୍ୟାମ ଟ ଚତୃରପାର୍ଶ୍ଵ ର ପ୍ରାୟ 20 କିଲୋମିଟର ବୁଲିବା ସମୟରେ ମାଛରଙ୍କା, ଚିତ୍ରା ଗେଣ୍ଡାଳିଆ, ପିଲି ବଗୁଲି ଭଳି 17 ପ୍ରକାର ର ବିଭିନ୍ନ ପ୍ରଜାତି ର ପ୍ରାୟ 981 ରୁ ଉର୍ଦ୍ଧ ପକ୍ଷୀ ଦେଖିବାକୁ ମିଳିଥିଲା ବୋଲି ଗୁଡାରି ରେଞ୍ଜର ଦିଲୀପ କୁମାର ପଟ୍ଟନାୟକ କହିଛନ୍ତି l ପକ୍ଷୀ ଗଣନା ନିମନ୍ତେ କ୍ୟାମେରା ବାଇନାକୁଲର ସହିତ ଲାଇଫ ଜ୍ୟାକେଟ ସହିତ 4 ଗୋଟି ମାଛ ଧରା ଡ଼ଙ୍ଗା ବ୍ୟବହୃତ ହୋଇଥିବା ର ଜଣାପଡିଛି l ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ରେ ଗୁଣୁପୁର ଉପ ଜ଼ିଲ୍ଲାପାଳ କିରଣ ଦୀପ କୌର ସହୋଟେ, ଏ ସି ଏଫ ଓ ସ୍ସନ୍ଦୀପ ପୃଷ୍ଟି ଓ ସତୀଶ ଧାରୁଆ ଓ ଗୁଡାରି ରେଞ୍ଜର ଦିଲୀପ ପଟ୍ଟନାୟକ ଙ୍କ ସମତେ ସମସ୍ତ ଗୁଡାରି ରେଞ୍ଜର ବନ କର୍ମଚାରୀ ଉପସ୍ଥିତ ଥିଲେ l ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଟି ରେଞ୍ଜର ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ସମସ୍ତ ଗୁଡାରି ଅଂଚଳ ର ବନ କର୍ମଚାରୀ ସହଯୋଗ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ