ମୋହନାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)— ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟlଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ମୋହନା ବିଡିଓ ରାଜୀବ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ଜିପିଡ଼ିଓ ଦୀପକ ପ୍ରଧାନ, ଏବିଡ଼ିଓ ରମାକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ l ଏହି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ l ଏହି ଶିବିରରେ ବିଭିନ୍ନ ବର୍ଗର ୮୮୪ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣଙ୍କୁ ଟ୍ରାଇ ସାଇକେଲ, ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ୍, ଶ୍ରବଣ ଯନ୍ତ୍ର,ବ୍ରେଲି ସ୍ଳେଟ୍, ୱାକିଙ୍ଗ୍ ଷ୍ଟିକ୍, ବ୍ୟାଟେରୀ ସାଇକେଲ୍ , ବିଭିନ୍ନ ପ୍ରକାରର କିଟ୍ ଆଦି ପ୍ରଦାନ କରାଯାଇଥିଲାl ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରୁ ଅଭିଜ୍ଞ ଡ଼ାକ୍ତର ଓ ଶ୍ରବଣ ବିଶେଷଜ୍ଞମାନେ ଆସି ଭିନ୍ନକ୍ଷମମାନଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ ।
Related Posts
ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ
ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ ରାୟଗଡା : ରାୟଗଡା ଜ଼ିଲ୍ଲା ରାୟଗଡା ନିୟନ୍ତ୍ରିତ ବଜ଼ାର କମିଟି ଅଧୀନରେ ଥିବା କେସିଂପୁର ଲ୍ୟାମ୍ପ…
ଚଇତି 2024 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୮ତାରିଖରେ ଐତିହାସିକ ସହର ପଦ୍ମପୁର ନିକଟସ୍ତ ମରୀଚଗୁଡା ଅକ୍ଷରବ୍ରହ୍ମ ମନ୍ଦିରରୁ
ଚଇତି 2024 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୮ତାରିଖରେ ଐତିହାସିକ ସହର ପଦ୍ମପୁର ନିକଟସ୍ତ ମରୀଚଗୁଡା ଅକ୍ଷରବ୍ରହ୍ମ ମନ୍ଦିରରୁ -ଜିଲ୍ଲାପାଳ ରାୟଗଡ: ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି…
ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ପୂର୍ବରୁ ଶୁକ୍ରବାର ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ଵର :ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ, ପେଟ୍ରୋ କେମିକାଲସ,…