ଜିଲ୍ଲା ସ୍ତରୀୟ ଜନସେବା ଦିବସ ପାଳିତ ।

ଜିଲ୍ଲା ସ୍ତରୀୟ ଜନସେବା ଦିବସ ପାଳିତ ।

ଆର, ଉଦୟଗିରି ( ମନୋଜ କୁମାର ପାଢୀ ):- ଗଜପତିରେ ଆରମ୍ଭ ହେଲା ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ। ଜନସେବା ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଭତ୍ତା ଯୋଜନା ଅଧିନରେ ୧୪୯୪ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ୫୫୫ ଜଣ ଓ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ୧୬୪୨ ଜଣ ଓ ୮୦ ବର୍ଷ ରୁ ଉର୍ଦ୍ଧ୍ବ ୫୯୯ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୪୨୯୦ ଜଣ ହିତାଧିକାରୀ ଉପକୃତ ହୋଇପାରିବେ। ଜାନୁଆରୀ ୧୫ ତାରିଖ ସୁଦ୍ଧା ଚିହ୍ନଟ ହୋଇଥିବା ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ସମସ୍ତ ହିତାଧିକାରୀଙ୍କୁ ଆଜି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି । ଅନ୍ୟ ଯେଉଁମାନେ ଏହି ଏଥିରୁ ବାଦ ପଡିଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରି ସାମିଲ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ । ତେବେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ପ୍ରଦାନ କଲେ ଭଲ ହେବ । ଜିଲ୍ଲାର ବିଭିନ୍ନ ବ୍ଲକର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ଆବଶ୍ୟକ ରହିଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୈାରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ ଜିଲ୍ଲା ସମାଜ ଅଧିକାରୀ ଙ୍କ ସମେତ ବିଭାଗର ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *