ଡେଙ୍ଗାସଖାଳ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୩/୧/୨୫ -ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗାସଖାଳ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି, ଏହି ଶୁଣାଣିରେ ଅଂଚଳର ମୋଟ 106ଟି ଦରଖାସ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଥିବାବେଳେ ତାମଧ୍ୟରୁ 54ଟି ବ୍ୟକ୍ତିଗତ ଓ 52 ଟି ସାମୁହିକ ଅଭିଯୋଗଥିଲା, ଏବଂ 2 ଦରଖାସ୍ତକୁ ଶୁଣାଣିରେ ହିଁ ସମାଧାନ କରାଯାଇଥିଲା, ଜିଲ୍ଲା ସମସ୍ତ ଅଧିକାରୀମାନେ ଏହି ଶୁଣାଣିରେ ଯୋଗଦେଇଥିଲେ ଏହି ଅଭିଯୋଗରେ ଶୁଣାଣିରେ ମୁଖ୍ୟ ଅଭିଯୋଗ ଗୁଡିକ ହେଲା ଅଂଚଳର ରାସ୍ତାଘାଟ, ପାନୀୟଜଳ, ନେଟୱାର୍କ ଇତ୍ୟାଦି । ଏହି ଶିବିରରେ ବିଡିଓ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ଉପସ୍ଥିତ ଥିବା ବେଳେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କ ଅଭିଯୋଗର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଥିବା ପ୍ରକାଶ।
Related Posts
ବାଇକ୍ ଧକ୍କାରେ ଜଣେ ପୋଲିଂ କର୍ମଚାରୀ ମୃତ
ଉମରକୋଟ: ବାଇକ୍ ଧକ୍କାରେ ଜଣେ ପୋଲିଂ କର୍ମଚାରୀ ମୃତ! ସ୍ବାମୀ ବିବେକାନନ୍ଦ ସ୍କୁଲ ସମ୍ମୁଖରେ ବସ୍ରୁ ଓହ୍ଲାଇବା ବେଳେ ନିର୍ବାଚନ ଡ୍ୟୁଟିକୁ ଆସିଥିବା ପୋଲିଂ କର୍ମଚାରୀ ମୃତ
ଅର୍ଜ୍ଜୁଣ୍ଡା କୃଷକ ସଙ୍ଗଠନ ପକ୍ଷରୁ ମାର୍କେଟ ୟାର୍ଡର ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।
ଅର୍ଜ୍ଜୁଣ୍ଡା କୃଷକ ସଙ୍ଗଠନ ପକ୍ଷରୁ ମାର୍କେଟ ୟାର୍ଡର ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲା ଭେଡେନ ବ୍ଲକ ଅଧିନ ଅର୍ଜ୍ଜୁଣ୍ଡା ମାର୍କେଟୟାର୍ଡରେ ଠାରେ ଆଜି…
ଅପହରଣକାରୀ ଯୁବକ ଗିରଫ।
ଅପହରଣକାରୀ ଯୁବକ ଗିରଫ।ଗଞ୍ଜାମ:ଗତ ଜୁଲାଇ ମାସରେ ହିଞ୍ଜିଳି ପୌରାଞ୍ଚଳ ରୁ ଜନୈକା ନାବାଳିକା କୁ ଅପହରଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଓ ବ୍ରହ୍ମପୁର ସଦର…