ରାୟଗଡା ପୌର ପରିଷଦ ଟେଂଡର ରେ ବ୍ଲାକ ଲିଷ୍ଟ ସଂସ୍ଥା ଭାଗ ନେଇଥିବା ଅଭିଯୋଗ
ରାୟଗଡା : ରାୟଗଡା ପୌର ପରିଷଦ ପାଇଁ ପୌର ପରିଷଦ ର ପତ୍ର ସଂଖ୍ୟା 3510 ତାରିଖ 30/09/2024 ରେ 8 ଗୋଟି ଡାଟା ଏଣ୍ଟ୍ରି ଅପେରେଟର, ଅଫିସ ଆସିଷ୍ଟାଣ୍ଟ 2 ଗୋଟି, ସୁରକ୍ଷା କର୍ମୀ 11 ଗୋଟି, ମ୍ୟାନେଜର ଏମ ସି ସି ପାଇଁ 3 ଗୋଟି ୱାର୍କ ସରକାର 3 ଗୋଟି ଷ୍ଟ୍ରିଟ ଲାଇଟ ହେଲପେର 2 ଗୋଟି ଡ୍ରାଇଭର 5 ଗୋଟି, ଯେ ସି ବି ଡ୍ରାଇଭର 1,ପାର୍କ ଟିକେଟ ଅଦ୍ୟକାରୀ 1,ଲେବର 8,ପାର୍କ ମାଳି 6,ସି ସି ଟିଭି ଅପେରେଟର ଟାଉନ ଥାନା କଣ୍ଟ୍ରୋଲ ରୁମ ପାଇଁ 2,ଟେକ୍ସ ଆସିଷ୍ଟାଣ୍ଟ 2, ଫିଲଡ ଆସିଷ୍ଟାଣ୍ଟ ଏସ ପି ଏ ପାଇଁ 2 ଏହିପରି ସର୍ବମୋଟ 56 ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦେବା ନିମନ୍ତେ ବିଭିନ୍ନ ରେଜିଷ୍ଟର୍ଡ଼ ଫାର୍ମ / ଆଉଟ ସର୍ସିଙ୍ଗ ଏଜେନସି ଙ୍କ ଠାରୁ ଏକ ବର୍ଷ ନିମନ୍ତେ ଟେଣ୍ଡର ଡକାଯାଇଥିଲା l ଏହି ଟେଣ୍ଡର ପେପର କୁ 01/10/2024 ରୁ 14/10/2024 ଦିନ ସକାଳ 11 ଘଂଟିକା ଠାରୁ ସନ୍ଧ୍ୟା 4 ଘଂଟିକା ମଧ୍ୟ୍ୟ ରେ ଖର୍ଦି କରି 15/10/2024 ତାରିଖ ଦିନ 11 ଘଂଟିକା ମଧ୍ୟରେ ରେଜିଷ୍ଟ୍ରେଡ଼ / ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଦାଖଲ କରିବା ନିମନ୍ତେ ଦର୍ଶାଯାଇଥିଲା l. ଏହି ଟେଣ୍ଡର ର ଟେକ୍ନିକାଲ ବିଡ 17/10/2024 ସନ୍ଧ୍ୟା 4 ଘଣ୍ଟା ଫାଇନେନସିଆଲ ବିଡ 19/10/2024 ଦିନ 11 ଘଂଟିକା ସମୟରେ ଖୋଲିବାର ଥିଲା କିନ୍ତୁ ପୌରପରିଷଦ ପତ୍ର ସଂଖ୍ୟା 3931 ତାରିଖ 07/10/2024 ଅନୁଯାଇ ଏହି ଟେଣ୍ଡର ର ଟେକ୍ନିକାଲ ବିଡ କୁ 21/10/2024 ତାରିଖ ସନ୍ଧ୍ୟା 3 ଘଂଟିକା ଓ. ଫାଇନେନସିଆଲ ବିଡ କୁ 22/10/2024 ସଖାଳ 10 ଘଂଟିକା ସମୟରେ ଖୋଇଲବା ନିମନ୍ତେ ଦର୍ଶା ଯାଇଥିଲା l ଟେଣ୍ଡର ର ଟେକ୍ନିକାଲ ଓ ଫାଇନେସିଆଲ ବିଡ କୁ କଣ ପାଇଁ ପୌର ପରିଷଦ ଘୁଞ୍ଚାଇଲେ ସେଥିପାଇଁ ଟେଣ୍ଡର ରେ ଭାଗ ନେଇଥିବା ସଂସ୍ଥା ନିରାକାର ସେକ୍ୟୁରିଟି ସଂସ୍ଥା ର ପ୍ରତିନଧି ଏସ ସୁଧୀର କୁମାର ଓ ଗ୍ରୁପ ୱାନ ସେକ୍ୟୁରିଟି ସର୍ଭିସ ର ଅଫିସ ଇନଚାର୍ଜ ପୌର ପରିଷଦ ର କାର୍ୟନିର୍ବାହୀ ଅଧିକାରୀ ଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି ଯେ ପୌର ପରିଷଦ ଦ୍ୱାରା ଯେଉଁ ଟେଣ୍ଡର ଆୱାହନ କରାଯାଇଥିଲା ଏଥିରେ ଏଲ ଆଣ୍ଡ କେ ସର୍ଭିସ ଭୁବନେଶ୍ୱର ଭାଗ ନେଇଥିଲା ସେହି ସଂସ୍ଥା କୁ ଡି ଏଫ ଓ ଢେଙ୍କାନାଳ ଙ୍କ ପତ୍ର ସଂଖ୍ୟା 3856/4F(ଏକାଉଣ୍ଟସ ) ତାରିଖ 08/06/2021, ଏନ ଏ ସି କୋଟପାଡ଼ ଙ୍କ ପତ୍ର ସଂଖ୍ୟା 3886/2021 ତାରିଖ 12/12/2021,ଫୁଲବାଣୀ ପୌର ପରିଷଦ ଚିଠି ସଂଖ୍ୟା 2093 ତାରିଖ,18/08/2023 ରେ ଉକ୍ତ ଏଲ ଆଣ୍ଡ କେ ସର୍ଭିସ ସଂସ୍ଥାବକୁ ବ୍ଲାକଲିଷ୍ଟ କରିଛନ୍ତି ଏହି ସଂସ୍ଥା ଉପରୋକ୍ତ ଅନୁଷ୍ଠାନ କୁ ଯୋଗାଇଦିଆଯାଇଥିବା କର୍ମଚାରୀ ଙ୍କ ଇପିଏଫ ଇ ଏସ ଆଇ ଜମା କରିନଥିବାର ଜଣାପଡିଛି l କୋଟପାଡ଼ ଏନ ଏ ସି ପତ୍ର ସଂଖ୍ୟା 3675/2021 ତାରିଖ, 11/11/2021ରେ ଜୟପୁର ଜ଼ିଲ୍ଲା ଶ୍ରମ ଅଧୁକାରୀଙ୍କୁ ଏଲ ଆଣ୍ଡ କେ ସର୍ଭିସ ସଂସ୍ଥା ଏହି ଏନ ଏ ସି ରେ ନିୟୋଜିତ କର୍ମଚାରୀ ମନଙ୍କୁ ଠିକ ସମୟରେ ମଜୁରୀ ଓ ଇ ଏସ ଆଇ ଓ ଇ ପି ଏଫ ଦେଉନଥିବା ରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ଲେଖିଥିଲେ l ଓଡିଶା ବିଧାନସଭା ର ପ୍ରଶ୍ନ ସଂଖ୍ୟା 2984 ରେ ମାନ୍ୟବର ବିଧାୟକ ଭାସ୍କର ମଢେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରି ପଚାରିଥିଲେ ଯେ ରାଜ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏଲ ଆଣ୍ଡ କେ ସର୍ଭିସ ପକ୍ଷରୁ ସଫେଇ ଓ ସେକ୍ୟୁରିଟି କର୍ମଚାରୀ ଯୋଗେଇବା ଟେଣ୍ଡର ନେଇ ବହୁ କର୍ମଚାରୀ ଙ୍କ ଇ ପି ଏଫ ଓ ଇ ଏସ ଆଇ ଟଙ୍କା ଜମା କରୁନାହିଁ ଏହାର ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଥିଲେ l ଏହି ସଂସ୍ଥା ଉପରେ ତଦନ୍ତ ପାଇଁ ରାୟଗଡା ଜ଼ିଲ୍ଲାପାଳ ଓ ପୌର ପରିଷଦ ର ଅଧକ୍ଷ ଙ୍କୁ ମଧ୍ୟ୍ୟ ନିରାକାର ସେକ୍ୟୁରିଟି ଓ ଗ୍ରୁପ ୱାନ ସେକ୍ୟୁରିଟି ସର୍ଭିସ ପକ୍ଷରୁ ଅବଗତ କରାଯାଇ ତଦନ୍ତ ନିମନ୍ତେ ଅନୁରୋଧ କରିଛନ୍ତି ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ