୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଭୁବନେଶ୍ଵରରେ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଜନତା ମଇଦାନରେ ଚାଲିଥିବା ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେପ୍ରବାସୀଙ୍କ ସଫଳତା ଦେଶର ସଫଳତା। ପ୍ରବାସୀ ଭାରତୀୟ ସାରା ବିଶ୍ୱରେ ଦେଶର ନାଁ ରଖିଛନ୍ତି। ସେମାନେ ଦେଶଠୁ ଦୂରରେ ରହି ମଧ୍ଯ ଦେଶ ସହ ଯୋଡ଼ି ହୋଇ ରହିଛନ୍ତି।ଭାରତ ସରକାର ପ୍ରବାସୀଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଥିବା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।