ଥେରୁବାଲି ମଦ ଦୋକାନ ରୁ ଚୋରି କେଶ ର ପର୍ଦାଫାଶ କରିଛି ପୋଲିସ ଗିରଫ ହେଲେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଙ୍କ ସହିତ ଅନ୍ୟ ତିନି ରାୟଗଡ଼ା : ରାୟଗଡା ଜିଲ୍ଲା ଚାନ୍ଦୀଲି ଥାନା ଅନ୍ତର୍ଗତ ଥେରୁବାଲି ରେଳବାଇ ଷ୍ଟେସନ ରୋଡର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଗତ 05 ତାରିଖ ରାତି ପ୍ରାୟ 10 ଘଣ୍ଟା 40 ମିନିଟ ସମୟରେ ଚୋରି ଘଟଣା ଘଟାଇ ଥିବା 04 ଜଣ ଚୋରଙ୍କୁ ଗିରଫ କରି ତାଙ୍କ ନିକଟରୁ 02 ଲକ୍ଷ 50 ହଜାର ଟଙ୍କା ଓ ଗୋଟିଏ ବୁଲେଟ ଓ ପିକାଶି ଜବତ କରିଛି ଚାନ୍ଦୀଲି ଥାନା ଅଧିକାରୀ। ଏସ ଡି ପି ଓ ରଶ୍ମି ରଞ୍ଜନ ସେନାପତି ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରି ସେହି ଚୋରି ଘଟଣାର ସୁଚନା ପ୍ରଦାନ କରି କହିଥିଲେ ଯେ ଥେରୁବାଲି ରେଳବାଇ ଷ୍ଟେସନ ରୋଡ ମଦ ଦୋକାନର ମାଲିକ ଅନିଲ କୁମାରଙ୍କ ଅଭିଯୋଗ କୁ ଆଧାର କରି ଚାନ୍ଦୀଲି ଥାନା ଅଧିକାରୀ ଏକ ପୋଲିସ ଦଳ ଗଠନ କରି ତଦନ୍ତ ଚଳାଇ ଥିଲେ। 04 ଜଣ ଚୋର ଚଳିତ ମାସ 05 ତାରିଖ ରାତି ପ୍ରାୟ 10 ଘଣ୍ଟା 40 ମିନିଟ ସମୟରେ ମଦ ଦୋକାନର କର୍ମଚାରୀ ମାନେ ଖାଇବା ପାଇଁ ଯିବା ସମୟରେ ଫିଲ୍ଲିମ ଷ୍ଟାଇଲରେ ପିକାସି ଧରି ବୁଲେଟ ରେ ଆସି ସେମାନେ ପ୍ରଥମେ ମଦ ଦୋକାନର ମୁଖ୍ୟ ଦ୍ୱାରର ତାଲା ଏବଂ ଦୋକନର ପରିସରରେ ଥିବା କ୍ୟାସ ବାକ୍ସର ତାଲାକୁ ଜବରଦସ୍ତ ଭାଙ୍ଗି ଅନଧିକୃତ ପ୍ରବେଶ ହାସଲ କରିଥିଲେ | ଦୋକାନ କ୍ୟାସ ବାକ୍ସରୁ 02 ଲକ୍ଷ 80 ହଜାର ଟଙ୍କା ଲୁଟ କରି ନେଇଥିଲେ। ସେହିମାନେ ହେଲେ ଗେରାପୁଟ ଗ୍ରାମର ଆକାଶ ହିକୋକା, ରମାକାନ୍ତ କୁଲୁଶିକା, ପ୍ରଦୀପ ମେଲେକା, ଶିବା କାଡ୍ରକା ଏହି ମାନ ଙ୍କ ମଧ୍ୟରେ ଅଛନ୍ତି କାର୍ତ୍ତିକାଗୁଡା ପଞ୍ଚାୟତ ର ସମିତି ସଭ୍ୟ ପ୍ରଦୀପ ମେଲେକା । ପୋଲିସ ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ନଗଦ ଦୁଇ ଲକ୍ଷ୍ ପଚାଶ ହଜାର ଟଙ୍କା ଓ ଗୋଟିଏ ପିକାଶି ଓ ଗୋଟିଏ ବୁଲେଟ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ମଦ ଦୋକାନ ମ୍ୟାନେଜର ଅନିଲ କୁମାର ଙ୍କ ଅଭିଯୋଗ କୁ ଭିତ୍ତି କରି ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ ବେହେରା କେଶ ନମ୍ବର 2 ରେ ମାମଲା ରଜୁ କରି ଘଟଣା ର ତଦନ୍ତ କରି ଆସାମୀ ଙ୍କୁ ଧରିବାରେ ସକ୍ଷମ ହୋଇପାରିଥିଲେ ବୋଲି ଦାତା ସମ୍ମିଳନୀ ରେ ରାୟଗଡା ଏସ ଡି ପି ଓ ରଶ୍ମିରଂଜନ ସେନାପତି ସୂଚନା ଦେଇଛନ୍ତି l ଏହି ଖବରଦାତା ସମ୍ମିଳନୀ ଟେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ ବେହେରା, ଥେରୁବାଲି ଫାଣ୍ଡି ଅଧିକାରୀ ଏଚ କେ ମୁଣ୍ଡାରୀ ଓ ଏସ ଆଇ ଆଶୁତୋଷ ସାହୁ ଉପସ୍ଥିତ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ
ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ ନୂଆପଡା :୩୧.୦୫. ( ଓମ୍ ପ୍ରକାଶ…
ଗଜପତିରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ
ଗଜପତିରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଗଜପତି(ମନୋଜ ପାଢୀ/ ୧୦/୧୦/୨୪କଥାରେ ଅଛି ଝିଅ ବଞ୍ଚିଲେ ସୃଷ୍ଟି ରହିବ । ଏହାର ତାତ୍ପର୍ଯ୍ୟ ହେଲା ଯଦି ଝିଅଟିକୁ…
ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଜୋର୍ଡାନ ନାଗରିକ ବୋଲି ସୂଚନା ମିଳିଛି। ଏଥିସହ ୧୭ରୁ ଅଧିକ ଯାତ୍ରୀ…