ଭବିଷ୍ୟତର ଖାଦ୍ୟ ଭାବରେ ଶ୍ରୀ ଅନ୍ନ (ମିଲେଟ୍) ଉପରେ ଅନ୍ତର୍ଜାତୀୟ ସେମିନାର ଆୟୋଜନ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଏକ ମୁଖ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଭାବରେ ଶ୍ରୀ ଅନ୍ନ (ମିଲେଟ୍)ର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏହାର ସୁନାବେଡା ପରିସରରେ ଆସନ୍ତା ଜାନୁଆରୀ ୧୦ରୁ ୧୨ ତାରିଖ ମଧ୍ୟରେ ” ଶ୍ରୀ ଅନ୍ନ: ଭବିଷ୍ୟତ ପୃଥିବୀର ପୋଷକ ଖାଦ୍ୟ ” ଶୀର୍ଷକ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଡ. ଚକ୍ରଧର ତ୍ରିପାଠୀ ଜାନୁଆରୀ ୧୦ ତାରିଖରେ ମୁଖ୍ୟ ପୃଷ୍ଠପୋଷକ ଭାବେ ଏହି ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ ଘାଟନ କରିବେ। ଭବିଷ୍ୟତର ଖାଦ୍ୟ ଭାବରେ ଶ୍ରୀ ଅନ୍ନର ବ୍ୟାପକ ସାମାଜିକ ଗ୍ରହଣୀୟତା ଏବଂ ଏହାର ମାର୍କେଟିଂ ଏବଂ ମୂଲ୍ୟ ବୃଦ୍ଧି ସମେତ ବିଭିନ୍ନ ଦିଗ ଉପରେ ଗବେଷଣା କରିବାକୁ ସେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ ସମୁଦାୟଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ପ୍ରଫେସର ନରସିଂହ ଚରଣ ପଣ୍ଡା ଉପସ୍ଥିତ ରହିବେ।ଶ୍ରୀ ଅନ୍ନ ପୋଷକ ତତ୍ତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯାହା ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟ ଏବଂ ପୋଷଣ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତକୁ ‘ ଶ୍ରୀ ଅନ୍ନର ଗ୍ଲୋବାଲ୍ ହବ୍’ ରେ ପରିଣତ କରିବା ର ଲକ୍ଷ୍ୟ ବାଣ୍ଟିଛନ୍ତି ଏବଂ ଏହାର ନାମ ‘ଶ୍ରୀ ଆନ୍ନ’ ରଖିଛନ୍ତି । ଓଡ଼ିଶାରେ ଶତାବ୍ଦୀ ଧରି ବିଶେଷ କରି କୋରାପୁଟ ସମେତ ଆଦିବାସୀ ଅଂଚଳରେ ଶ୍ରୀ ଅନ୍ନ ଚାଷ ହୋଇଆସୁଛି । ଯଦିଓ ଲୋକମାନେ ଶ୍ରୀ ଅନ୍ନକୁ ମୁଖ୍ୟ ଖାଦ୍ୟ ଭାବରେ ବ୍ୟବହାର କରନ୍ତି, ତଥାପି ସେମାନେ ଏହାର ପୁଷ୍ଟିକର ମୂଲ୍ୟ ଏବଂ ଜଳବାୟୁ ସହନଶୀଳ ଗୁଣ ଏବଂ ଜଳର ସୀମିତ ବ୍ୟବହାର ବିଷୟରେ ଅଜ୍ଞ ଅଟନ୍ତି । ପାରମ୍ପରିକ ସମ୍ପ୍ରଦାୟ ଦ୍ୱାରା ଶ୍ରୀ ଅନ୍ନର ବିବିଧତା, ଏହାର ଅମୂଲ୍ୟ ପୋଷକ ଗୁଣ, ପରିବେଶ ଉପକାରିତା ଏବଂ ଏହାର ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏହି ତିନି ଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ରଆୟୋଜନ କରୁଛି । ଏହି ସମ୍ମିଳନୀ ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତର ଏହି ଖାଦ୍ୟ ପାଇଁ ନୀତି ପ୍ରସ୍ତୁତ କରିବା, ଆଲୋଚନା କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ଏହି ସମ୍ମିଳନୀରେ ବିଶିଷ୍ଟ ବୈଜ୍ଞାନିକ ଏବଂ ଶ୍ରୀ ଅନ୍ନ, କୃଷି ଏବଂ ଜୈବ ବିବିଧତା କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ । ଏମାନଙ୍କ ମଧ୍ୟରେ ଆଇସିଏଆରର ପୂର୍ବତନ ମହାନିର୍ଦେଶକ ଡ. ତ୍ରିଲୋଚନ ମହାପାତ୍ର, ଭାରତସ୍ଥିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ନିର୍ଦ୍ଦେଶକ ଏଲିଜାବେଥ୍ ଫୌରେ, ଭାରତସ୍ଥିତ ସେମି-ଏରିଡ୍ ଟ୍ରପିକ୍ସର ଅନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଡ. କୁଲଦୀପ ସିଂହ, ଶ୍ରୀଲଙ୍କାର ୱାୟାମ୍ବା ବିଶ୍ୱବିଦ୍ୟାଳୟର ଡ. କେ ମୁଦିତ୍ ମେଭାନ୍, ଜର୍ଜିଆ ବିଶ୍ୱବିଦ୍ୟାଳୟ (ଆମେରିକା) ଡ. ଅଜୟ ବିଶ୍ୱାଳ, ଭର୍ଜିନିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିସିନ୍ ଡ. ରଣଜିତ କେ ସାହୁ ଏବଂ ଭାରତ ଭିତରେ ଥିବା ଅନ୍ୟ ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ରହିବେ ।ସମ୍ମିଳନୀର ଅଧ୍ୟକ୍ଷ ପ୍ରଫେସର ଶରତ କୁମାର ପଳିତା ଏହି ସମ୍ମିଳନୀରେ କୃଷି ବୈଜ୍ଞାନିକ, ନୀତି ନିୟୋଜକ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ୨୦୦ରୁ ଅଧିକ ଗବେଷଣା ପତ୍ର ଉପସ୍ଥାପନ କରିବେ ବୋଲି କହିଛନ୍ତି । ଆୟୋଜକ ସମ୍ପାଦକ ଡ. ଦେବବ୍ରତ ପଣ୍ଡା ଏହି ସମ୍ମିଳନୀର ସକାରାତ୍ମକ ଫଳାଫଳ ଆଶାରଖିଛନ୍ତି କାରଣ ଶ୍ରୀ ଅନ୍ନ କେବଳ ପୃଥିବୀ ପାଇଁ ଭବିଷ୍ୟତର ଖାଦ୍ୟ ହେବ ନାହିଁ, ବରଂ ଜଳବାୟୁ ସହନଶୀଳ ପ୍ରଜାତି ବିଶ୍ୱ ସମ୍ମୁଖୀନ ହେଉଥିବା ଜଳବାୟୁ ଅନିଶ୍ଚିତତା ବିରୋଧରେ ଏହା ଆଶାର କିରଣ ଭାବେ ଉଭା ହେବ । ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ଆବାହକ ଡ. ଦେବବ୍ରତ ପଣ୍ଡା ଓ ସହ ଆବାହକ ଡ. କାକୋଳି ବାନାର୍ଜୀ ଏହି ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀର ସଂଯୋଜନା କରିବେ । ଏହି ସମ୍ମିଳନୀ କୋରାପୁଟ ଅଞ୍ଚଳରେ ଶ୍ରୀ ଅନ୍ନର ବିକାଶ ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ରେ ସୂଚନା ଦେଇଛନ୍ତି।
Related Posts
ନେଟୱର୍କ ସମସ୍ୟା ସମାଧାନ ଦାବି
ନେଟୱର୍କ ସମସ୍ୟା ସମାଧାନ ଦାବି କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଗବରନଳା ଗାଁରେ ନେଟୱାର୍କ ସମସ୍ୟା କୁ…
ସଂରକ୍ଷିତ ଜଙ୍ଗଲରେ ୨ଟି ମାଓ କ୍ୟାମ୍ପ ଠାବ
ସୁବର୍ଣ୍ଣପୁର: ସଂରକ୍ଷିତ ଜଙ୍ଗଲରେ ୨ଟି ମାଓ କ୍ୟାମ୍ପ ଠାବ ମନମୁଣ୍ଡା ଥାନା ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ଠାବ!କନପା ଓ କୁଆକୁମୁଡା ଅଞ୍ଚଳରୁ ଠାବ କଲା ଡିଭିଏଫ୍ ଓ…
ଜିଲ୍ଲା ସମାଜସେବୀ ସଂଘ, ବରଗଡ ପକ୍ଷରୁ ୧୨ ଟି ବ୍ଲକ ରେ ମାଗଣାରେ କଂପୁଟର ଶିକ୍ଷା କେନ୍ଦ୍ର ଖୋଲିବା ଘୋଷଣା କରାଯାଇଛି।
ଜିଲ୍ଲା ସମାଜସେବୀ ସଂଘ, ବରଗଡ ପକ୍ଷରୁ ୧୨ ଟି ବ୍ଲକ ରେ ମାଗଣାରେ କଂପୁଟର ଶିକ୍ଷା କେନ୍ଦ୍ର ଖୋଲିବା ଘୋଷଣା କରାଯାଇଛି। ବରଗଡ଼ ୨୯,୧୦(ଭବାନୀ ଶଙ୍କର ପାଢ଼ୀ)…