ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ ସେମିଳିଗୁଡା.ତାରିଖ ୮-୧-୨୦୨୫. ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ତା ୦୮.୧.୨୫ ରେ ଆର ଟି ଓ ଅଫିସ କୋରାପୁଟ ପରିସରରେ ସେମିଳିଗୁଡାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିଭ୍ ଫର୍ ଅଦର୍ସ ଓ ଆର ଟି ଓ କୋରାପୁଟଙ୍କ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ।ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନ.. ଯୋଗଦେଇ ଫିତା କାଟି ରକ୍ତଦାନ ଶିବିରକୁ ଆର ଟି ଓ ରାଜେଶ ମାରଣ୍ଡି, ଲିିଭ ଫର ଅଦର୍ସର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ରକ୍ତ କେନ୍ଦ୍ରର ରକ୍ତ ସଂଗ୍ରହକାରୀ ଦଳ ଭି ଗଙ୍ଗାଧର,ଦେବ,ପୁଷ୍ପା, ଓ ରବିନ୍ଦ୍ର ମିଶ୍ର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ ଆର ଟି ଓ ଅଫିସ କର୍ମଚାରୀଙ୍କ ସମେତ ବସ ମାଲିକ ସଂଘ, ଓଏସଆରଟିସିର କର୍ମକର୍ତ୍ତା୍ତା ସମେତ ୫୦ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ଲିଭ୍ ଫର୍ ଅଦର୍ସ ର ମୁଖ୍ୟ ସ୍ନିଗ୍ଧlରାଣୀ ମିଶ୍ର,ସଭ୍ଯ ସୁନୀଲ ଅଗ୍ରୱାଲ, ଓ ଆର ଟି ଓ ଅଫିସର ଏଆରଟିଓ ତପନ କୁମାର ଚେଟୀ,ଓ କର୍ମଚାରୀମାନେ ,ଓଡିଶା ରକ୍ତ ଦାତା ସଂଘଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲ ସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଆରଟିଓ ଶ୍ରୀ ମାରଣ୍ଡି ଲିଭ ଫର ଅଦର୍ସର ଉଦ୍ୟମ ଓ ସହଯୋଗକୁ ପ୍ରଶଂସା କରିଥିଲେ।ରକ୍ତ କେନ୍ଦ୍ରର ଟେକନିସିଆନ ଭି.ଗଂଗାଧର ମଧ୍ଯ ତାଙ୍କ ଜନ୍ମ ଦିନ ଅବସରରେ ଶିବିରରେ ରକ୍ତଦାନ କରିଥିଲେ।
Related Posts
ଲକ୍ଷାଧିକ ଟଙ୍କାର କାଠ ଜବତ ଦୁଇ ଫେରାର ଜଣେ ଗିରଫ ।
ଲକ୍ଷାଧିକ ଟଙ୍କାର କାଠ ଜବତ ଦୁଇ ଫେରାର ଜଣେ ଗିରଫ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରେ…
ନିଖୋଜ କାହାଣୀ
ନିଖୋଜ କାହାଣୀ ଯୋଡ଼ି ହେଉଛି ଦାଦନ ପରିବାରରେନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ୧୩୯୧୮ ଜଣ ଚଳିତ ସାଧାରଣ ନିର୍ବାଚନରେ ଭୋଟ ଦେଇ ନୂଆପଡା 22 5 2024(ଓମ୍…
ଗୋଷାଣୀ ବ୍ଲକର ବିଭିନ୍ନ ସ୍କୁଲରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ-କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ।
ଗୋଷାଣୀ ବ୍ଲକର ବିଭିନ୍ନ ସ୍କୁଲରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ-କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ । ଗଜପତି(ମନୋଜ ପାଢୀ/ ଗଜପତି…