ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଗଜପତି ଜିଲ୍ଲା ପାଳ ପରିଦର୍ଶନ କଲେ ବୁଡି ଅଞ୍ଚଳ ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଗଜପତି ଜିଲ୍ଲା ପାଳ ପରିଦର୍ଶନ କଲେ ବୁଡି ଅଞ୍ଚଳ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୬/୧/୨୫)-: ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ବିବାଦୀୟ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଥିଲେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ । ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଜଜଳପ୍ରକଳ୍ପର ବିଭିନ୍ନ ସମସ୍ୟା ନେଇ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ବିଭିନ୍ନ ସମୟରେ ବିଭିନ୍ନ ନେତା ଠାରୁ ଅଧିକାରୀମାନେ ଘନଘନ ଗସ୍ତ ପରେ ମଧ୍ୟ ସମସ୍ୟା ଗୁଡିକର ସମାଧାନ ହୋଇ ପାରୁନାହିଁ । ମୁଖ୍ୟତଃ ବୁଡି ଅଞ୍ଚଳର ପ୍ରଭାବିତ ଲୋକଙ୍କ ଥଇଥାନ ତଥା ଥଇଥାନ ପରବତ୍ତୀ ସହାୟତାକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି । ସଠିକ ସହାୟତାର ପ୍ରତିଶୃତି ପରେ ମଧ୍ୟ ପ୍ରକୃତ ହିତାଧିକାରୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି । ଫଳରେ ବିସ୍ଥାପିତ କମିଟି ବାଧ୍ୟହୋଇ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବାରୁ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରାଶାସନ ବିସ୍ଥାପିତଙ୍କ ସହ ଆଲୋଚନା ପାଇଁ ଆସିଥିବା କହିଛନ୍ତି ବିସ୍ଥାପିତ କମିଟିର ସଭାପତି ଚୈତନ୍ୟ ସାହୁ । ଦାୟୀତ୍ବରେ ଥିବା ଅଧିକାରୀଙ୍କ ପାତରଅନ୍ତର ନୀତି ଯୋଗୁଁ ହିତାଧିକାରୀ ହନ୍ତସନ୍ତ ହେଉଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ନିଜେ ଜିଲ୍ଲାପାଳ ଶ୍ରୀ ଦାସ ବୁଡି ଅଞ୍ଚଳ ଗ୍ରସ୍ତରେ ଆସି ହୋଇଥିବା କାମ ଗୁଡିକ କି ପ୍ରକାର ହୋଇଛି ତାହା ନିକଟକୁ ଯାଇ ଦେଖିଥିଲେ ଏବଂ ବିସ୍ଥାପିତ ଲୋକଙ୍କ ଅସୁବିଧା ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ବିସ୍ଥାପିତ କମିଟି ୧୫ ଦଫା ଦାବିପ୍ରତ୍ର ଦେବାସହ ଜିଲ୍ଲାପାଳଙ୍କ ସହ ବହୁ ସମୟଧରି ଆଲୋଚନା କରିଥିଲେ ମଧ୍ୟ ଜିଲ୍ଲାପାଳ ସମସ୍ୟା ସମାଧାନ ଲାଗି ଲୋକଙ୍କୁ ଆଶ୍ବାସନା ଦେଇଥିଲେ । ହେଲେ ହିତାଧିକାରୀଙ୍କୁ ସଂପୂଣ୍ଣ କ୍ଷତି ପୂରଣ ନଦେଇ ଏମିତି କେବଳ ପ୍ରତିଶୃତି ଦେଇଚାଲିଲେ ଲୋକେ ଜମାରୁ ଭିଟାମାଟି ନ ଛାଡି ବରଂ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ଅଧୀକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଓ ଭୂ ଅର୍ଜନ ଓ ପୂନଃବସତି ଅଧିକାରୀ ବିରେନ୍ଦ୍ର କୁମାର କଅଁର ଉପସ୍ଥିତ ଥିବାବେଳେ ବିସ୍ଥାପିତ କମିଟି ସଭାପତି ଚୈତନ୍ୟସାହୁ, ଉପସଭାପତି ରବିନ୍ଦ୍ର ନାୟକ, ସମ୍ପାଦକ ରମାକାନ୍ତ ପ୍ରଧାନ ଓ ନରତୁମ୍ବ ରଇତ ଙ୍କ ଅନେକ ବିସ୍ଥାପିତ ଲୋକେ ଉପସ୍ଥିତ ଥିଲେ । ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ପ୍ରକଳ୍ପ କାର୍ଯ୍ୟକୁ କେତେଦୂର ଆଗକୁ ନେଇ ପାରିବ ।

Leave a Reply

Your email address will not be published. Required fields are marked *