ବିଶ୍ବପ୍ରସିଦ୍ଧ ‘ବରଗଡ଼ ଧନୁଯାତ୍ରା ମହୋତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
‘ଧନୁଯାତ୍ରା’ ସମାଜରେ ନୈତିକ ମୂଲ୍ୟବୋଧ ତିଆରି କରୁଅଛି – ଧର୍ମେନ୍ଦ୍ର ପ୍ରଧାନ
- “ଧନୁଯାତ୍ରା ୱେବସାଇଟ୍’ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
- ବରଗଡ଼ର ଉତ୍ସାହୀ ଓ ସଚେତନ ନାଗରିକମାନଙ୍କ ସକ୍ରିୟ ସହଯୋଗ କାରଣରୁ ବରଗଡ଼ର ଧନୁଯାତ୍ରା ବିଶ୍ବପ୍ରସିଦ୍ଧ ହୋଇଛି
କୃଷିଭିଭିକ ଅଞ୍ଚଳରେ ଚାଷୀଙ୍କୁ ଆମୋଦପ୍ରମୋଦ ଏବଂ ମନୋରଞ୍ଜନରେ ବାନ୍ଧି ରଖିବା ପାଇଁ ଏହି ଯାତ୍ରା ଏକ ଉଲ୍ଲେଖନୀୟ ପ୍ରୟାସ
- ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅଧର୍ମ ଉପରେ ଧର୍ମର ଚିରନ୍ତନ ବିଜୟର ମହାନ ବାର୍ଭା ଦେଉଛି ଧନୁଯାତ୍ରା
- ଡବଲ ଇଞ୍ଜିନ ସରକାରରେ ଚାଷୀ, ମହିଳା ଓ ଅନ୍ୟ ବର୍ଗଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଉଛି
ବରଗଡ଼, ଜାନୁଆରୀ ୦୪ – ବରଗଡ଼ ଧନୁଯାତ୍ରା ସମାଜରେ ନୈତିକ ମୂଲ୍ୟବୋଧକୁ ସ୍ଥାପିତ କରିବାର ଅନନ୍ୟ ଲୋକପରମ୍ପରା ବୋଲି ଶନିବାର ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ “୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧନୁଯାତ୍ରାର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବରଗଡ଼ର ଉତ୍ସାହୀ ଓ ସଚେତନ ନାଗରିକମାନଙ୍କ ସକ୍ରିୟ ସହଯୋଗ କାରଣରୁ ବରଗଡ଼ର ଧନୁଯାତ୍ରା ବିଶ୍ବପ୍ରସିଦ୍ଧ ହୋଇଛି । କୃଷିଭିତ୍ତିକ ଅଞ୍ଚଳରେ ଚାଷୀଙ୍କୁ ଆମୋଦପ୍ରମୋଦ ଏବଂ ମନୋରଞ୍ଜନରେ ବାନ୍ଧି ରଖିବା ପାଇଁ ଏହି ଯାତ୍ରା ଏକ ଉଲ୍ଲେଖନୀୟ ପ୍ରୟାସ । ଧନୁଯାତ୍ରା ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅଧର୍ମ ଉପରେ ଧର୍ମର ଚିରନ୍ତନ ବିଜୟର ମହାନ ବାର୍ତ୍ତା ଦେଉଛି । କଂସ ଦରବାର ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନଲୀଳା ଉପରେ ଧନୁଯାତ୍ରା ଯେଉଁ ବାର୍ତ୍ତା ଦେଉଅଛି, ତାହା ସମାଜ ପାଇଁ ସବୁବେଳେ ପ୍ରାସଙ୍ଗିକ ହୋଇ ରହୁ ।
ବରଗଡର ଆଶୀର୍ବାଦରେ ଆଜି ରାଜ୍ୟରେ ଡବଲ ଇଞ୍ଜିନର ସରକାର ହୋଇଛି । ଚାଷୀ ଏବଂ ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛି । କେନ୍ଦ୍ର ସରକାରଙ୍କ ଧାନର ଏମଏସପି କ୍ରିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ଅଧିକ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ୮୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ମୋଟ ୪ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଖାତାରେ ଦିଆଯାଇଛି । ଡବଲ ଇଞ୍ଜିନ ସରକାରର ଲୋକଙ୍କ ସରକାର ପାଇଁ କାମ କରୁଛି । ରାଜ୍ୟରେ ଅଦିନିଆ ବର୍ଷା ହେଲା ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ କ୍ଷେତକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପାଇଁ ଗଲେ । ଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତ୍ବରିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୯୧ କୋଟି ଟଙ୍କା ଘୋଷଣା କରାଗଲା । ଓଡ଼ିଶାରେ ପୂର୍ବରୁ ଏମିତି କେବେ ହୋଇନାହିଁ । ବରଗଡ଼କୁ ଚାଷୀଭିଭିକ ଅର୍ଥନୀତିର ରାଜଧାନୀ କରିବା ସହ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିବା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କଂସ ଦରବାରରେ ଉପସ୍ଥିତ ରହି ଧନୁଯାତ୍ରା ୱେବସାଇଟ୍ ଉନ୍ମୋଚନ କରିଥିଲେ I