ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ । ଗଜପତି (ମନୋଜ ପାଢୀ)ତା, ୨୯,୧୨,୨୦୨୪ଆଜି ଦୁଇଟା ବେଳେ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି। ଗତ ଦିନରେ ଜିଲ୍ଲାରେ ଅଦିନିଆ ବର୍ଷା ଲଗାତାର ଲାଗି ରହିବା ଯୋଗୁଁ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା ଯାହା ଫଳରେ ବହୁ ଚାଷୀ ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ ରହିଥିଲେ। ଏହି ଖବର ବିଭିନ୍ନ ଗଣ ମାଧ୍ୟମର ଶୀର୍ଷକ ରେ ରହିବା ଆଉ ସ୍ଥାନୀୟ ବିଧାୟକ ମାନେ ଏ ନେଇ ବାରମ୍ବାର ଯୋଗାଣ ମନ୍ତ୍ରୀଙ୍କୁ ଜଣାଇ ଥିଲେ । ଯାହା ଫଳରେ ଆଜି ପ୍ରଥମେ ପାରଳାଖେମୁଣ୍ଡି ଶେଞ୍ଚୁରିଆନ ପବ୍ଲିକ ସ୍କୁଲ ଠାରେ ହେଲିକ୍ୟପ୍ଟର ଯୋଗେ ଅବତରଣ କରି ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଏହି ଅବସରରେ ଗୁରାଣ୍ଡି, ଉପଲଡା ଆଦି ଗ୍ରାମ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷିରେ ପାରଳା ବିଧାୟକ ରୁପେସ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କେ ନାରାୟଣ ରାଓ ଙ୍କ ସହ ଅନ୍ୟ ନେତା ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଗଜପତି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।
Related Posts
ମୋହନା ମକା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ।
ମୋହନା ମକା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ। ଆର .ଉଦୟଗିରି ୦୮ /୧୦/ମନୋଜ କୁମାର ପାଢୀ/ଗଜପତି ଜିଲ୍ଲାର ମୋହନ ବ୍ଲକ…
ପର୍ଯ୍ୟଟନ ସ୍ଥଳ ବିକାଶ ପାଇଁ ଭଲ ରାସ୍ତାର ନିର୍ମାଣ କରିବାକୁ ହେବ!
ଖସଡା ଜଳପ୍ରପାତକୁ ଉନ୍ନତମାର ରାସ୍ତା ନିର୍ମାଣ ହେବ କେବେ ? ଆର,ଉଦୟଗିରି(ମନୋଜ କୁମାର ପାଢୀ):- ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖସଡ଼ା ଜଳପ୍ରପାତ କୁ ଏହି ଋତୁରେ ହଜାର…
ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ
ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ ଗଜପତି :୩୦/୯(ମନୋଜ ପାଢୀ)…