କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ମନ୍ତବ୍ୟ କୁ ନେଇ କଂଗ୍ରେସ ର ବିରାଟ ରାଲି ସହିତ ଜ଼ିଲ୍ଲାପାଳ ଙ୍କ ଅଫିସ ରେ ପଶିଲେ ସାଂସଦ ବିଧାୟକ ଓ କର୍ମୀ
ରାୟଗଡା : ଗତ କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଡାକ୍ତର ବାବାସାହେବ ବି ଆର ଆମ୍ବେଦକର ଙ୍କ ଉପରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଏକ ବିରାଟ ରାଲିର ଆୟୋଜନ କରିଥିଲା l ସର୍ବପ୍ରଥମେ ବସ ଷ୍ଟାଣ୍ଡ ନିକଟରେ ଥିବା ବାବାସାହେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା, ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, ପୋଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ,ପି ସି ସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ସହିତ ବହୁ କଂଗ୍ରେସ କର୍ମୀ ବାବାସାହେବ ଙ୍କ ପ୍ରତିମୂର୍ତ୍ତି ଠାରୁ ଏକ ବିରାଟ ପଟୁଆର ରର ବାହାରି ସହର ର କପିଳାସ ଛକ ଗଜପତି ଛକ ଦେଇ ଜ଼ିଲ୍ଲାପାଳ ଙ୍କ ଅଫିସ ପର୍ଯ୍ୟନ୍ତ ଆସି କେନ୍ଦ୍ର ସରକାର ଙ୍କ ବିରୋଧ ରର ନାରାବାଜି କରିବା ସହିତ ଜ଼ିଲ୍ଲାପାଳ ଙ୍କ ଅଫିସ ର ମୁଖ୍ୟ ଫାଟକ ଜୋର ଜବରଦସ୍ତ ଖୋଲି ଅଫିସ ମଧ୍ୟକୁ ଧସେଇ ପଶିଥିଲେ ଲ ପୋଲିସ ମଧ୍ୟ୍ୟ କଂଗ୍ରେସ କର୍ମୀଙ୍କୁ କାବୁକରିବାରେ ବିଫଳ ହୋଇଥିଲେ l ଏହି ରାଲି ସମୟରେ ସାଂସଦ ନିଜ ହାତରେ ସମ୍ବିଧାନ ପୁସ୍ତକ ଧରି ରାଲି କରିଥିଲେ l ଜ଼ିଲ୍ଲାପାଳ ଙ୍କ ଅଫିସ ସମୁଖ ରେ ସାଂସଦ ବିଧାୟକ କଂଗ୍ରେସ କର୍ମୀ ମାନେ କେନ୍ଦ୍ର ସରକାର ଓ ଅମିତ ଶାହା ଙ୍କ ବିରୋଧ ରେ ନାରାବାଜି କରିବା ସହିତ ଏହି ଡବଲ ଇଂଜିନ ର ନାରାଦେଉଥିବା ସରକାର ବିକାଶ ର ନୁହେଁ ବରଂ ବିନାଶ ର ସରକାର ପାଲଟିଯାଇଛି ବୋଲି ବିଧାୟକ ଆପଲସ୍ୱାମୀ କହିଛନ୍ତି l ଜ଼ିଲ୍ଲାପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ଜ଼ିଲ୍ଲାପାଳ. ଙ୍କ ଅନୁପସ୍ଥିତ ରର ଉପ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ ଙ୍କୁ ପ୍ରଦାନ କରିଥିଲେ l ପରେ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ କୁଶ ପିତୁଳା କୁ ଦାହ କରିଥିଲେ ll ପରେ ସମସ୍ତ କଂଗ୍ରେସ କର୍ମୀ ବିଧାୟକ ଗଣ ରାୟଗଡା ଠାରେ ମାନ୍ୟବର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ପିତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଶ୍ରୀ ରାମଚନ୍ଦ୍ର ଉଲାକାଙ୍କ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ରାମଚନ୍ଦ୍ର ଉଲାକା ଙ୍କ. ଫୋଟ ଚିତ୍ର ରର ପୁଷ୍ପା ମାଲ୍ୟ ଅର୍ପଣ କରିବା ସ୍ମୃତି ଚାରଣ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ