କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନିମ୍ନମାନର ପିଚୁ ଢଳେଇକୁ ନେଇ ଜନ ଅସନ୍ତୋଷ
ରାୟଗଡା : କାଶୀପୁର ଠାରୁ ଡୁମେରପଦର ସଂଯୋଗ କରୁଥିବା ରାସ୍ତାରେ ପିଡବ୍ଳୁଡି ବିଭାଗ ଦ୍ବାରା ୨୫ କୋଟି ଟଙ୍କା ବ୍ଯୟବରାଦରେ ନିର୍ମାଣଧିନ ରାସ୍ତାରେ ନିମ୍ନମାନର ପିଚୁ ଢଳେଇକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ନିମ୍ନମାନର ପିଚୁ ସାଙ୍ଗକୁ କମ ପରିମାଣରେ ପିଚୁ ଢଳାଯାଉଥିବା ବେଳେ କାର୍ଯ୍ଯ ସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ବା ଠିକା ସଂସ୍ଥାର ଅଧିକାରୀ ଙ୍କର ଦେଖା ଦର୍ଶନ ମିଳୁନାହିଁ। ଏଭଳି ଭାବରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବେ ତେବେ ଠିକା।ସଂସ୍ଥା ନିଶ୍ଚୟ ଭାବରେ ନିମ୍ମମାନର ପିଚୁ ଢଳେଇ କରିବ ହିଁ କରିବ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏଭଳି ପିଚୁ ଢାଳେ ତାହା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ଯିବା ସମ୍ଭାବନା ରହୁଛି। କେଉଁ କାରଣରୁ ବିଭାଗୀୟ ଅଧିକାରୀ କାର୍ଯ୍ୟ ସ୍ଥଳକୁ ଆସୁନାହାନ୍ତି ଏଥିରେ କଣ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ଙ୍କ ଭିତିରିଆ ସଲାସୁତୁରା ଚାଲିଛି କି ବୋଲି ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏହା ସହିତ ବୁଲାଣିଆ ସ୍ଥାନକୁ ଭଲ ଭାବରେ କଟା ଯାଇ ନାହିଁ ଯାହାଫଳରେ ଗାଡିମଟର ଯାତାୟାତ ସମୟରେ ଦୁର୍ଘଟଣା ହେବା ସମ୍ଭାବନା ରହିଛି। ଲୋକ ଓ ଗମନାଗମନ ସୁବିଧା ସୁଯୋଗ ସୃଷ୍ଟି କରିବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ଯରେ ନିମ୍ମମାନର କାର୍ଯ୍ୟ କରି ଲାଭଖୋର ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ମିଳିତ ମଧୁଚନ୍ଦ୍ରୀକାରେ ରାଜ କୋଷରୁ କୋଟି କୋଟି ଟଙ୍କା ହରିଲୁଟ କରୁଥିବା ଘଟଣା କୁ ନେଇ ଖବର କାଗଜରେ ପ୍ରକାଶ ପାଉଛି,ଏହାକୁ ନେଇ ସାମ୍ବାଦିକଙ୍କୁ ଜୀବନରେ ମାରିଦେବାପାଇଁ ମଧ୍ୟ ଠିକା ସଂସ୍ଥା ର କିଛି ଦଲାଲ ଧମକ ଦେଉଥିବା ର ଜଣାପଡିଛି। ତେବେ ଯେଉଁ ମାନେ ଠିକାଦାରଙ୍କ ଠାରୁ କିଛି ଅର୍ଥ ପାଇ ଯଦି ଅଞ୍ଚଳର ନିମ୍ମମାନର କାମରେ ସହଯୋଗ କରୁଛନ୍ତି ତାହା ଏକ ଲଜ୍ଜିତ ଘଟଣା ଛଡା ଆଉ କିଛି ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି। ସଂସ୍ଥା କର୍ମଚାରୀ ମନଇଛା ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ କରି ମାଲାମାଲା ହେଉଥିବା ଅଭିଯୋଗ ହେଉଅଛି। ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ଘଟଣା ଧିରେ ଧିରେ ଦାନା ବାନ୍ଧିଥିବା ଜଣାପଡିଛି। ଯଦି ଆବଶ୍ୟକ ପଡେ ତେବେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କୁ ଭିର୍ତ୍ତି କରି ଭିଜିଲାନ୍ସ ତଦନ୍ତ କରାଯାଏ ତେବେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରେ ବୋଲି ଆଲୋଚନା ହେଉଛି। ଏହାର ଉଚିତ ତଦନ୍ତ ଯଦି କରାଯିବ ତାହେଲେ ବିଭାଗୀୟ କାର୍ଯ୍ୟରତ ଜେଇ ଓ ଏସଡିଓ ସରକାର ଙ୍କୁ ଆଖିରେ ଧୂଳିଦେଇ କାମ କରୁଥିବା ଭିତିରିଆ ଘଟଣା ଲୋକ ଲୋଚନକୁ ଆସିପାରିବ ବୋଲି ସ୍ଥାନେ ସ୍ଥାନେ ଆଲୋଚନା କରୁଥିବା ଜଣାପଡିଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ