ବାସଭନରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର କଲା ପୁଲିସ, କାରଣ ଅସ୍ପଷ୍ଟ ।

ବାସଭନରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର କଲା ପୁଲିସ, କାରଣ ଅସ୍ପଷ୍ଟ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡର ଖଜୁରୀପଦା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ କ୍ବାର୍ଟର୍ସରୁ ଫାର୍ମାଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ , କାରଣ ଅସ୍ପଷ୍ଟ ରହିଛି । ଏହିପରି ଘଟଣା ଘଟିଛି ଗଜପତି ଜିଲ୍ଲା ଖଜୁରୀପଦାରେ । ମୃତ କର୍ମଚାରୀ ଜଣଙ୍କ ସେ ହେଲେ ସେରଙ୍ଗ ଥାନା ଗୁମା ଗାଁର ଗଣେଶ ବେହେରା । ଗଣେଶ ସେରଙ୍ଗ ଥାନାର ନୁଆଗଡ ବ୍ଳକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରିଥିଲେ । ଗତକାଲି ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ । ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ । ହେଲେ ଗଣେଶ ଗଣେଶ କବାଟ ଖୋଲି ନଥିଲେ । ଏନେଇ ସହଯୋଗୀମାନେ ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୁଲିସ ପହଞ୍ଚି କବାଟ ତାଡି ଗଣେଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ଗଣେଶ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାହା ଜଣା ପଡି ନାହିଁ । ଯଦି ଗଣେଶ ଆତ୍ମହତ୍ୟା କରିଛନ୍ତି, କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ । ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାର ତଦନ୍ତ କରୁଛି । ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *