ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ତିନିଦିନ ଧରି ଅନୁଷ୍ଠିତ ହେବ
ରାୟଗଡା :ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟଦର୍ଶନ ସଂଘର ରାୟଗଡ଼ା ଶାଖା ପକ୍ଷରୁ ୩୭ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜିଲ୍ଲାର ସଦର ମହକୁମା ରାୟଗଡ଼ା ଠାରୁ କୋରାପୁଟ 326 ନମ୍ବର ଜାତୀୟ ରାଜପଥ କଡ଼ ରେ ଓପି ଡି ଏସ ସି ପଡ଼ିଆ, ଜପାଖାଲ ଠାରେ ତିନିଦିନ ବ୍ୟାପୀ ଚଳିତ ମାସ ଡିସେମ୍ବର 27,28 ଓ 29 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଯାଉଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଏପରିକି ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ସଦଗୁରୁଙ୍କ ହଜାର ହଜାର ସଂଖ୍ୟାରେ ଶିଷ୍ୟ-ଶିଷ୍ୟା ଯୋଗଦାନ କରିବାର ସଂଭାବନାକୁ ଆଖି ଆଗରେ ରଖି ରାୟଗଡ଼ା ଶାଖାର ଶିଷ୍ୟ-ଶିଷ୍ୟା ଜିଲ୍ଲାର ଅନ୍ୟ ଶାଖା ଓ ଅଞ୍ଚଳର ଭାଇ ଭଉଣୀ ମାନଙ୍କ ସହଯୋଗ ନେଇ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଦିବ୍ୟଦର୍ଶନ ସଂଘ କେନ୍ଦ୍ରୀୟ ସଭାପତି ପୂଜ୍ୟ ରବିନ୍ଦ୍ରନାଥ ଭାଇ, ସଂପାଦକ ପୂଜ୍ୟ କେଶବ ଭାଇ, ଉପ-ସଭାପତି ପୂଜ୍ୟ ବିଶ୍ୱନାଥ ଭାଇ ଓ ଯୋଗାଚାର୍ଯ୍ୟ ପୂଜ୍ୟ ସୁନାରାମ ଭାଇ ପ୍ରମୁଖ ଏହାର ସୁବନ୍ଦୋବସ୍ତ ନିମନ୍ତେ ବାରମ୍ବାର ତଦାରଖ ଜାରି ରଖିଛନ୍ତି । ସଂଘ ର ସେଣ୍ଟ୍ରାଲ ସଂପାଦକ ପୂଜ୍ୟ କେଶବ ଭାଇଙ୍କ ତତ୍ତ୍ଵାବଧାନରେ ସର୍ବଶ୍ରୀ ଆବାହକ ସିଦ୍ଧାର୍ଥ ପରିଡା, ଜଗଦୀଶ ପଣ୍ଡା , ଏନ .ଶ୍ରୀନିବାସ ରାଓ, ସୁବାଷ ବିଶିମାଝୀ, ଗୋପୀନାଥ ବେହେରା, ରଜନୀକାନ୍ତ ଶତପଥୀ, ଏଲ .ନାଗେଶ୍ୱର ରାଓ, ବସନ୍ତ ଲିମା, ତଥା ସୁଶ୍ରୀ ପୁର୍ଣିମା ଦାସ ପ୍ରମୁଖ ନିଷ୍ଠାର ସହ ନିୟୋଜିତ ଅଛନ୍ତି । ପ୍ରକାଶ ଥାଉ କି, ଦିବ୍ୟଦର୍ଶନ ସଙ୍ଘ ମାନବ ସମାଜରେ କର୍ମ,ଭକ୍ତି ଓ ଜ୍ଞାନର ମହାନତାକୁ ଜ୍ଞାନ ମାର୍ଗରେ ସତସଂଗ ମାଧ୍ୟମରେ ଶିକ୍ଷାଦାନ କରି ଚାଲିଛି । ସମାଜରେ ସତ୍ୟଜ୍ଞାନ, ଆତ୍ମଜ୍ଞାନ ଓ ସନାତନ ଧର୍ମର ବିଷୟବସ୍ତୁକୁ ପ୍ରଚାର କରି ସୁଖ, ଶାନ୍ତି, ଆନନ୍ଦ ପ୍ରତିଷ୍ଠା କରିବା ଉଦ୍ୟମ କରୁଛି । ଏହିଭଳି ସର୍ବ ଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ କରିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜ ସତ୍ୟ, ଜ୍ଞାନ ଓ ସନାତନ ଧର୍ମର ପ୍ରକୃତ ସ୍ୱରୂପକୁ ବୁଝି ତାକୁ ପାଳନ କରି ମଣିଷ ଜନ୍ମର ସାର୍ଥକତାକୁ ଉପଲବ୍ଧି କରନ୍ତୁ ଓ ନିଜ ସ୍ୱରୂପ ପ୍ରାପ୍ତି ବା ମୁକ୍ତିଲାଭ କରନ୍ତୁରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ