ଜାତୀୟ ସ୍ୱାସ୍ଥ୍ୟ ମିଶନ-ଓଡିଶାର ‘ଗୁଣାତ୍ମକ ନିଶ୍ଚିତତା ପଦକ୍ଷେପ’ ଉପରେ ସମୀକ୍ଷା ବୈଠକ

ଜାତୀୟ ସ୍ୱାସ୍ଥ୍ୟ ମିଶନ-ଓଡିଶାର ‘ଗୁଣାତ୍ମକ ନିଶ୍ଚିତତା ପଦକ୍ଷେପ’ ଉପରେ ସମୀକ୍ଷା ବୈଠକ

ଭୁବନେଶ୍ୱର : – ସଠିକ୍ ସମୟରେ, ସଠିକ୍ ରୋଗୀଙ୍କୁ ସଠିକ ସେବା ଯୋଗାଇଦେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ଅଟେ । ରୋଗୀମାନଙ୍କୁ ନିରନ୍ତର ଭାବରେ ଉଚ୍ଚ ଗୁଣବତ୍ତା ସମ୍ପର୍ଣ୍ଣ ସ୍ୱାସ୍ଥ୍ୟ ସେବା ଓ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲକ୍ଷ୍ୟ ଅଟେ ବୋଲି ମିଶନ ନିର୍ଦ୍ଦେଶକ ଡ଼ ବୃନ୍ଦା ଡି ପ୍ରକାଶ କରିଛନ୍ତି । ରାଜ୍ୟର ତମାମ ଜିଲ୍ଲା ତଥା ସହରଗୁଡିକରେ ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନକ (NQAS), LaQshya, ମୁସ୍କାନ୍ ଏବଂ କାୟାକଳ୍ପ ଆଦି ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ଏହି ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ଅବସରରେ ଶତ ପ୍ରତିଶତ ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନକ ସାର୍ଟିଫିକେଟ୍ ପାଇଥିବା ଗଞ୍ଜାମର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍ ଏବଂ ବ୍ରହ୍ମପୁର ପୌରପାଳିକା ନିଗମର ସହର କାର୍ଯ୍ୟକ୍ରମ ପରିଚାଳନା ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ ଦୀନବନ୍ଧୁ ପଣ୍ଡା, ସ୍ୱତନ୍ତ୍ର ଶାସନ ସଚିବ (ଏମ୍ଏସ୍), ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜ଼ିଲ୍ଲା ଓ ପୌରପାଳିକାର ଡିଏମଓ-ଅଧୀକ୍ଷକ, ଡିପିଏମ୍, ଡିଏମଆରସିଏଚ୍, ସିପିଏମ୍ ଏବଂ ଡାକ୍ତରଖାନା ପରିଚାଳକମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *