ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ସେନଫେଷ୍ଟ ଉଦଘାଟିତ.ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ

ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ସେନଫେଷ୍ଟ ଉଦଘାଟିତ.ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ

ରାୟଗଡା : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ପରିସରରେ ଆଡମ୍ବରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ତଥା “ସେନଫେଷ୍ଟ ୧୪.୦” ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡଃ.ରାଜେଶ କୁମାର ପାଢୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ପ୍ରଶାସିକା ସୁସ୍ମିତା ମହାନ୍ତି ଓ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରଙ୍କ ସମେତ ମଞ୍ଚରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଗୋଷ୍ଠୀ ଶିକ୍ଷାଧୂକାରୀ ପ୍ରଦୀପ୍ତ କୁମାର ଦାସ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପିତାମହଲ ସରପଞ୍ଚ ଟୁଟୁ ତାଡିଙ୍ଗି ଯୋଗଦେଇ ପ୍ରଦୀପ ପ୍ରକ୍ଜଳନ ପୂର୍ବକ ପ୍ରଥମ ପର୍ଯ୍ୟାୟ ଉତ୍ସବର ଶୁଭାରମ୍ଭ କରିଥିଲେ। ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଗୁଣାମୂକ ଶିକ୍ଷାଲାଭ କରୁଥୁବାରୁ ଶିକ୍ଷାନୁଷ୍ଠାନର ଏଭଳି କାର୍ଯ୍ୟକ୍ରମ ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରେରଣା ଦେଇପାରୁଛି ବୋଲି ମୁଖ୍ୟ ଅତିଥି କହିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜେକେ କାଗଜ କଳର ଉପସଭାପତି (ବାଣିଜ୍ୟିକ) ବିଶ୍ବଜିତ୍‌ ଦିବେଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ ଯୁଗରେ ଛାତ୍ରଛାତ୍ରୀମାନେ ପାଉଥୁବା ଶିକ୍ଷାଦାନ ବ୍ୟବସ୍ଥା ଓ ପୂର୍ବରୁ ମିଳୁଥିବା ଶିକ୍ଷାଦାନ ମଧ୍ଯରେ ଅନେକ କିଛି ପରିବର୍ତ୍ତନ ହୋଇଥିବା ସମ୍ପର୍କରେ ବକ୍ତବ୍ଯ ରଖିଥିଲେ। ବର୍ତମାନ ପିଲାମାନେ ସ୍ମାର୍ଟକ୍ଲାସରେ ପାଠ ପଢିବା ସହ ମୋବାଇଲରୁ ବିଭିନ୍ନ ଆପ୍‌ ମାଧ୍ଯମରେ ଅନେକ କିଛି ଶିକ୍ଷଣୀୟ ଜ୍ଞାନ ସହଜରେ ପାଇ ପାରୁଥିବା କହିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝି, ମୁଖ୍ୟବକ୍ତା ଭାବେ ପଞ୍ଚବଟୀ ପତ୍ରିକାର ସମ୍ପାଦକ କବି ସୁଶାନ୍ତ କୁମାର ନାୟକ, ବିଶେଷ ଅତିଥି ଦୈନିକ “ସକାଳ’ ଜୟପୁର ସଂସରଣ ମୁଖ୍ୟ ରାକେଶ କୁମାର ପାଢୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲ୍ଲକିଥିଲା। ଶେଷ ପର୍ଯ୍ୟାୟରେ ଉକ୍ତ ଅନୁଷ୍ଠାନର ନିର୍ଦ୍ଦେଶକ ଡଃ.ରାଜେଶ କୁମାର ପାଢୀଙ୍କ ଭାଇ ତଥା ରାୟଗଡ଼ା ଜିଲ୍ଲାର ଦିବଙ୍ଗତ ନିରେପକ୍ଷ ସାମ୍ବାଦିକ ଭାବେ ପରିଚିତ ସ୍ବର୍ଗତ ସୁରେଶ ପାଢ଼ୀଙ୍କ ପାରିବାର ଏକାତ୍ରିତ ହୋଇ ସ୍ମୃତିଚରଣ କରିବା ସହ ପ୍ରମେୟ ଖବରକାଗଜର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଗୋପରଞ୍ଜନ ବକ୍ସିପାତ୍ରଙ୍କୁ “ସୁରେଶ ସମ୍ମାନ – ୨୦୨୪”ରେ ସାମ୍ନାନିତ କରାଯାଇଛି । ଅନ୍ୟପଟେ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ଦୀର୍ଘ ୫ବର୍ଷରୁ ଅଧିକ ସମୟଧରି କାର୍ଯ୍ୟରତ କର୍ମଚାରୀ ଉମାରାନି ମହାରଣା, ସାଗର କୁମାର ବେହେରା, ମନେନ୍ଦ୍ର କୁମାର ନାୟକ, କ୍ରିଷ୍ଣା ସଙ୍କର ପାଢ଼ୀ, ରାଧାକୃଷ୍ଣ ମହାପାତ୍ର, ମଧୁସ୍ମିତା ସାହୁ, ମହେଶ୍ୱର ବାଚିଲି, ସୁଭାସେଶ ହୋତା, ଚନ୍ଦ୍ରଶେଖର ମହାନ୍ତି, ତପନ କୁମାର କଳସି, ପ୍ରତିଷ୍ଠା ମିଶ୍ର, କେ.ସି ନାୟକ, ଜି. ରାମା କ୍ରିଷ୍ଣା, ଗଣପତି ପାଢ଼ୀ, ସାନ୍ତୁନୁ କୁମାର ମିଶ୍ର, ଡି. ରମନମୃତି ପଟ୍ଟନାୟକ, ଜଗଦିଶ ବେହେରା, ସୁସ୍ମିତା ମହାନ୍ତି, ରଜନୀ ବେହେରା, ସସ୍ମିତା ପ୍ରଧାନ, ସୁନିତା ମହାରଣା, ଆଶା ସିଂ, ଦେବକି ତ୍ରିପାଠୀ, କସ୍ତୁରୀ ପାଢ଼ୀ ଏଭଳି ୨୪ଜଣ କର୍ମଚାରୀଙ୍କୁ ମଞ୍ଚରେ ସମ୍ନାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସହ ୬୦୦ରୁ ଉର୍ଦ୍ଧ ଅଭିଭବକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ,କର୍ମଚାରୀ ସହଯୋଗ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *