ରେଡ ଡ୍ରପ ମାରାଥନ ପାଇଁ ନିଷ୍ଠା ପରିବାର ର ପ୍ରେସ ମିଟ କରାଯାଇଥିଲା। ବରଗଡ ୨୩,୧୨- (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ପ୍ରେସ ବୈଠକ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ, ଠାରେ ଅନୁଷ୍ଠିତ ହୋଇଥିଲା ।୨୦୧୦ ମସିହା ଜୁନ ୧୪ ରୁ ଆରମ୍ଭ ହୋଇ ନିରନ୍ତର ଭାବରେ ସେବା କାର୍ଯ୍ୟ ଜାରି ରଖି ଆସୁଅଛି ।ଅସହାୟ, ଦୁଃଖୀ ,ନିରାଶ୍ରୟ ରୋଗୀ ଙ୍କ ସେବା ପାଇଁ ବୁର୍ଲା ଓ ବରଗଡ଼ ଡାକ୍ତରଖାନା ରେ ନିଷ୍ଠା ର ସ୍ବେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି ।ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, “ନିଷ୍ଠା ଜୀବନରେଖା” ଆମ୍ବୁଲାନ୍ସ ସେବା ତଥା କରୋନା କାଳ ରେ ନିଷ୍ଠା ପରିବାର ଯଥା ସମ୍ଭବ ସେବା ଯୋଗାଇଛି ।ନିରାଶ୍ରିତ ଲୋକଙ୍କୁ ଥଇଥାନ କରି ସେବା ଯୋଗାଇବା ଆସୁଛନ୍ତି। ଭବିଷ୍ୟତ ରେ ବୃଦ୍ଧାଶ୍ରମ ତିଆରିହେବାର ପରିକଲ୍ପନା ଆହୁରି ଏକ ପରିକଳ୍ପନା ଅଛି। ରକ୍ତ ର ଅଭାବ କୁ ଦୂର କରିବା ପାଇଁ ରକ୍ତ ଦାନ କ୍ଷେତ୍ରରେ ଏକ ନିଆରା କାର୍ଯ୍ୟକ୍ରମ “ରେଡ ଡ୍ରପ ମାରାଥନ” ନାମରେ ଆସନ୍ତା ତା.୦୧-୦୧-୨୦୨୫ରିଖ ରୁ ତା-୦୨-୦୨-୨୦୨୫ ଦୀର୍ଘ ୩୩ ଦିନ ଧରି ପ୍ରତ୍ୟେକ ଦିନ ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆରମ୍ଭ କରିବାକୁ ଯାଉଛି ନିଷ୍ଠା ପରିବାର ।ଏହି ରେଡ ଡ୍ରପ ମାରାଥନ ର ଶୁଭ ଉଦଘାଟନ ଉତ୍ସବ ଆସନ୍ତା ତା.୨୫-୧୨-୨୦୨୪ରିଖ ବୁଧବାର ଦିନ ସନ୍ଧ୍ୟା ୬.୦୦ ଘଣ୍ଟା ସମୟରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ହେବାର ସ୍ଥିରୀକୃତ ହୋଇଅଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦାନ କରି ସଫଳ କରିବା ପାଇଁ ନିଷ୍ଠା ପରିବାର ର ବିନମ୍ର ନିବେଦନ । ଆଜିର ଏହି ପ୍ରେସ ମିଟ୍ ରେ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଚି ପଣ୍ଡା,ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Related Posts
ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।
ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀ କୁ ଉନ୍ନୀତ ହୋଇ ପାରିବେ ନାହିଁ ଛାତ୍ର ଛାତ୍ରୀ।ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ…
ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର
ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର ରାୟଗଡା ଜିଲ୍ଲା ଗୁଡାରି ବନଖଣ୍ଡ ଅନ୍ତର୍ଗତ କେନ୍ଦୁଗୁଡା…
ବରଗଡ଼ ଜିଲ୍ଲା ଡୁମାଳ ପରିଷଦ ର ଜିଲ୍ଲା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବରଗଡ଼ ଜିଲ୍ଲା ଡୁମାଳ ପରିଷଦ ର ଜିଲ୍ଲା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼: ଅଦ୍ୟ ତା ୦୧-୦୯-୨୦୨୪ ରବିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ…