ବଡଡାକ୍ତରଖାନା ରେ ପୁଣି ଛାତ୍ର ଅଶାନ୍ତି ଅଭିଯୋଗ।
ବ୍ରହ୍ମପୁର ସ୍ଥିତ ବଡଡାକ୍ତରଖାନା ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଉପରେ ପୁଣି ନିର୍ଯ୍ୟାତନା ଅଭିଯୋଗ ଲୋକ ଲୋଚନକୁ ଆସିଛି। ଯାହାକି ବୁଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏହି କିଛି ମାସ ହେଲା ଏହି ଭଳି ତିନୋଟି ଘଟଣା ଘଟିଛି। ଡାକ୍ତରଖାନା ପ୍ରଶାସନ ପକ୍ଷରୁ ପ୍ରଥମ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ବେଳେ ଦ୍ବିତୀୟ ଘଟଣା ମିଛ ବୋଲି ପ୍ରମାଣିତ ହୋଇଥିଲା। ପୁଣି ଗତକାଲି ଶିଶୁ ଚିକିତ୍ସା ବିଭାଗ ର ଜଣେ ପିଜି ଛାତ୍ରକୁ ଅନ୍ୟ ବିଭାଗର କିଛି ପିଜି ଛାତ୍ର ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିବା ସହ ମାନସିକ ନିର୍ଯାତନା ଦେଇଥିଲେ। ଯାହା ଫଳରେ ନିର୍ଯ୍ୟାତିତ ଛାତ୍ର ଛାତ ଉପରେ ଚଢ଼ି ଆତ୍ମହତ୍ୟା କରିବା ପାଇଁ ଯିବା ବେଳେ ଶିଶୁ ଚିକିତ୍ସା ବିଭାଗ ମୁଖ୍ୟ ଙ୍କ ହସ୍ତକ୍ଷେପ ଯୋଗୁଁ ଅଘଟଣ ଅଟକି ଗଲା। ପରିସ୍ଥିତି ଏହି ଭଳି ହୋଇଛି ଅନୁଷ୍ଠାନ ମୁରବୀ ବିହିନ ଓ ଅନ୍ୟ ପକ୍ଷରେ ଶିକ୍ଷାନୁଷ୍ଠାନ ବୋଲି ପୋଲିସ କାର୍ଯ୍ୟାନୁଷ୍ଠାନ ହାତକୁ ନେଇ ପାରୁନାହାନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!